ଜଗତସିଂହପୁର ଜିଲ୍ଲା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
Date-02/07/25*ଜଗତସିଂହପୁର ଜିଲ୍ଲା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାଆଙ୍କର- ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 12 ଘଣ୍ଟିଆ ଶାନ୍ତିପୂର୍ଣ ଧାରାଣା ଜାରି ରହିଛି । ଜଗତସିଂହପୁର ଜିଲ୍ଲା କମିଟିର ସଦସ୍ୟ ପାପିନ୍ଦ୍ର କୁମାର ଲେଙ୍କା, ଚଗଲି ସ୍ବାଇଁ, ଦିଲ୍ଲିପ କୁମାର ବିଶ୍ବାଳ, ସୁଜାତା ବିଶ୍ୱାଳ, ଅପରାଜିତା ମଲ୍ଲ, ପ୍ରଦୀପ ମିଶ୍ର, ଦୀପ୍ତିମୟୀ ଜେନାଙ୍କ ସହ ଶତାଧିକ କର୍ମଚାରୀ ମାନେ ଏହି ଧାରଣାରେ ସାମିଲ ହୋଇଥିଲେ । ସଂଘର ଏକମାତ୍ର ଦାବି 2008 ରୁ 2018 ମସିହା ମଧ୍ୟରେ ମହାବିଦ୍ୟାଳୟ ପରିଚାଳନା ସମିତି ଦ୍ଵାରା ନିଯୁକ୍ତ ଅଧ୍ୟାପକ କର୍ମଚାରୀ ମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ କରିବା ସହିତ ସମାନ କାମକୁ ସମାନ ଦରମା ଦେବାକୁ ଦାବି କରିଛନ୍ତି । ପୂର୍ବ ସରକାର ଙ୍କ ସମୟରୁ ଦାବି ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ଶୁଣୁ ନ ଥିବା ଅଭିଯୋଗ ହୋଇଛି । ଏବେ ରାଜ୍ୟ ସରକାର ଏକ ବର୍ଷ ପୂର୍ତ୍ତି ପାଳନ କରି ଖୁସି ମନାଉଛନ୍ତି, କିନ୍ତୁ ଶିକ୍ଷକ ଓ କର୍ମଚାରୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଯାହାକୁ ନେଇ ଓଡ଼ିଶା ରାଜ୍ୟ ସଙ୍ଘ ଡାକରା ରେ ଆଜି 12 ଘଣ୍ଟିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଯଦି ସରକାର 2008 ରୁ 2018 ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସରକାରୀ ଅନୁଦାନ ପାଇଁ ନୀତି ନିର୍ଧାରଣ ନ କରନ୍ତି, ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ରୂପନେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ତେଣୁ ଏଥିପାଇଁ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ କେବଳ ରାଜ୍ୟ ସରକାର ଦାୟୀ ରହିବେ ସଙ୍ଘ ପକ୍ଷରୁ କୁହାଯାଇଛି ।
