ଗୋରେଖନାଥ ହୁଣ୍ଡିରୁ ୩୩ ଲକ୍ଷ ୮୩ ହଜାର ଟଙ୍କା ଆୟ।
ରଘୁନାଥପୁର:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ଦାନ ହଣ୍ଡିରୁ ମୋଟ ୩୩ ଲକ୍ଷ ୮୩ ହଜାର ୪୩୫ ଟଙ୍କା ଆୟ ହୋଇଛି।ଗତ ମଙ୍ଗଳବାର ଠାରୁ ୩ ଦିନ ବ୍ୟାପି ଗଣତିରେ ୪୦ ଜଣ ବ୍ୟକ୍ତି ନିୟୋଜିତ ଥିଲେ।ପୀଠ କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜାଙ୍କ ତତ୍ତ୍ଵାବଧାନରେ ଗଣତି କାର୍ଯ୍ୟରେ ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀ ଏବଂ ସେଚ୍ଛାସେବି ସଂସ୍ଥା ସମାଜ ବିକାଶ ମିଶନର ୧୭ ଜଣ ସଦସ୍ୟ ସାମିଲ ଥିଲେ।ଏହାଛଡା ତିର୍ତ୍ତୋଲ ପୋଲିସ ସୁରକ୍ଷା ଦାଇତ୍ୱରେ ରହିଥିଲେ।ଆଗକୁ ଶ୍ରାବଣ ମାସ ଜଳାଭିଷେକ ଭିଡକୁ ଦୃଷ୍ଟିରେ ରଖି ଛୋଟବଡ ୯ ଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା।ହୁଣ୍ଡିରୁ ମିଳିଥିବା ସମସ୍ତ ଟଙ୍କାକୁ ତିର୍ତ୍ତୋଲ ୟୁକୋ ବ୍ୟାଙ୍କରେ ଥିବା ପ୍ରଭୁଙ୍କ ଆକାଉଣ୍ଟରେ ଡିପୋଜିଟ କରାଯାଇଛି।ଗଣତି ସମୟରେ ଦେବତ୍ତର ନିରୀକ୍ଷକ ପ୍ରଦୀପ୍ତ କୁମାର ସାହୁ,ପୀଠ କିରାଣୀ ସରୋଜ କୁମାର ସାହାଣୀ,ଉପଦେଷ୍ଟା କମିଟି ପକ୍ଷରୁ ପ୍ରମୋଦ ମହାନ୍ତି, ଶୁଶାନ୍ତ ଦାଶ ଓ ରମେଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ।
