ତାଳଦଣ୍ଡାରେ ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ କବି ସମ୍ମିଳନୀ ଓ ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ
କୁଜଙ୍ଗ-୪/୭-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ ଶୁକ୍ରବାର ଦିନ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ବହୁ କବି ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ଉପରେ ସ୍ବରଚିତ କବିତାମାନ ପାଠ କରିଥିଲେ। ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସଂପଦ ସ୍ବାଇଁ, ବିଜେପିର ବରିଷ୍ଠ ନେତା ଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର, ମିଶନର ମୁଖ୍ୟ ପୁରୋଧା କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲି, ଅନନ୍ତ ବଳିଆ ଆଶ୍ରମର ମନୁଭାଇ, ବିଶିଷ୍ଟ ଜ୍ୟୋତିର୍ବିଦ ଅରୁଣ କୁମାର ପାଣି ବରେଣ୍ୟ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ କବି ହେମନ୍ତ କୁମାର ନାୟକ, ନଗେନ୍ଦ୍ରନାଥ ସ୍ବାଇଁ,ଜୀବନାନନ୍ଦ ଅଧିକାରୀ, ସମାଜସେବୀ ଅରୁଣ ପାଣି, ସାମ୍ବାଦିକ ନୃସିଂହ ଚରଣ ବାରିକ, ପ୍ରମୋଦ ମଲ୍ଲିକ, କବିଗୀତା ଦାସ, ଗୋଲାପ ରାଣୀ ସାହୁ, ପ୍ରେମଲତା ବାରିକ,ଆଡଭୋକେଟ ମଞ୍ଜୁଲତା ରାଉତ ପ୍ରମୁଖଙ୍କୁ ସରିତା ସାରସ୍ଵତ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ମିନି ମାର୍କେଟ କମ୍ପ୍ଲେକ୍ସରେ ମିଶନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଶିବିରକୁ ଆସି ସ୍ବାସ୍ଥ୍ୟ ସେବାର ସୁବିଧା ପାଇଥିଲେ। ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା। ମଧ୍ୟାହ୍ନରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପରିସରରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
