ବନ ମହୋତ୍ସବ ପାଳିତ

ବନ ମହୋତ୍ସବ ପାଳିତ
ପୁରୀ ୪/୭ ବିଶ୍ବମ୍ଭର ବିଦ୍ୟାପୀଠ ପରିସରରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି।ଏଥିରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ବୃକ୍ଷ ହିଁ ଜୀବନ କେବଳ ଏକ ସ୍ଲୋଗାନ ନ ହୋଇ ବାସ୍ତବରେ ପରିଣତ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ।ପରିବେଶ ନଷ୍ଟ ଓ ପ୍ରଦୂଷିତ ହେଉ ଥିବାରୁ ଜୀବ ଜଗତର ବିପୁଳ କ୍ଷତି ଘଟୁଛି।ବ୍ୟାପକ ବୃକ୍ଷ ରୋପଣ ଦ୍ଵାରା ଆମେ ଏହାକୁ ରୋକି ପାରିବା ବୋଲି ସେ କହିଥିଲେ।ଏଥିରେ ଶକ୍ତି କ୍ଲବ ଓ ଇକୋ କ୍ଳବ ଆବାହବ ଆଶିଷ କୁମାର ଜେନା ସୁଶାନ୍ତ କୁମାର ପ୍ରଧାନ, ପ୍ରତାପ କୁମାର ସହୂ ,ଗୋବିନ୍ଦ ଚନ୍ଦ୍ର ସହୂ ,ପ୍ରିୟଦର୍ଶିନୀ ସହୂ ,ସସ୍ମିତା ମିଶ୍ର , ସବ୍ୟସାଚୀ ଦୀକ୍ଷିତ,
ଶୁଭଲକ୍ଷ୍ମୀ ବରାଳ ,ସ୍ୱପ୍ନା ଭୋଇ,ସୁରେଶ ଚନ୍ଦ୍ର ତ୍ରିପାଠୀ,ସେକ ସେରାତୁଲା ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *