ବେଆଇନ୍ ବାଲି ବୋଝେଇ ଗାଡି ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ
ବେଆଇନ୍ ବାଲି ବୋଝେଇ ଗାଡି ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ
ଗୋପ,୦୪.୦୭ – ()ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ବଜାର ଠାରୁ ଶିଖର ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ନୟାହାଟ ବଜାର ଠାରୁ ଶିଖର ବ୍ରିଜ ପର୍ଯ୍ୟନ୍ତ ପ୍ରାୟ ୫ ରୁ ୬ କିଲୋ ମିଟର ରାସ୍ତା ଖାଲ ଖମାରେ ପରିପୂର୍ଣ ହୋଇଛି, ଯାହା ଫଳରେ ଯାତାୟାତ ବ୍ୟାଘାତ ହେବା ସହ ଦୈନିକ ଦୁର୍ଘଟଣା ଘଟୁଛି। ଛାତ୍ରଛାତ୍ରୀ, ସାଧାରଣ ଜନତା, ମହିଳା ଓ ବୃଦ୍ଧବୃଦ୍ଧା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଲି ମାଫିଆ ମାନେ ଦେବୀ ନଦୀରୁ ବାଲି ଚୋରା ଚାଲାଣ ଓ ବେଆଇନ୍ ଭାବେ ବଡ ବଡ ଟ୍ରକ, ଟିପର ଓ ଟ୍ରାକ୍ଟର ସାହାର୍ଯ୍ୟରେ ଓଭର ଲୋଡ କରି ଏହି ରାସ୍ତାରେ ନେଉଛନ୍ତି। ଯାହା ଦ୍ଵାରା ରାସ୍ତାରେ ଅସଂଖ୍ୟ ଖାଲ ଖମା ଶୃଷ୍ଟି ହୋଇଛି। ସ୍ଥାନୀୟ ପୋଲିସ୍ ପ୍ରଶାସନ ଓ ତହସିଲ ପ୍ରଶାସନ ସବୁ ଜାଣି ଚୁପ୍ ରହିଛନ୍ତି। କୌଣସି ଚାଲାଣ କିମ୍ବା ରୋକ୍ ଲଗା ଯାଉନାହିଁ। ଯାହାର ପ୍ରଭାବେ ଲୋକମାନେ ଯନ୍ତ୍ରଣା ଭୋଗୁଛନ୍ତି। ଏହି ରାସ୍ତା ଦେଇ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପୈତୃକ ଘର ହୋଇଥିବା ବେଳେ ବାଲି ମାଫିଆ ମାନେ ମଧ୍ୟ କୌଣସି ଖାତିର କରୁ ନାହାନ୍ତି। ତେଣୁ ମାନ୍ୟବର ଜିଲ୍ଲାପାଳ ଓ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
