ରଥଯାତ୍ରା ଦୁର୍ଘଟଣାରେ ଆହତ ମାନଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାଵୀ
କୁଜଙ୍ଗ-୪/୭-ରଥଯାତ୍ରା ସମୟରେ ଘଟିଥିବା ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ପଚିଶି ଲକ୍ଷ ଟଙ୍କା ଦେବା ପାଇଁ ସରକାର ଘୋଷଣା କରିଛନ୍ତି। ମାତ୍ର ଦୁର୍ଘଟଣାରେ ସାଙ୍ଘାତିକ ଆହତ ହୋଇ, ମୃତ୍ୟୁ ସହିତ ସଂଗ୍ରାମ କରି ବିଭିନ୍ନ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଲୋକଙ୍କ କଥା ସରକାର ବିଚାରକୁ ନେଇନାଁହାନ୍ତି ।ଏହା ନିଶ୍ଚିତ ଭାବରେ ଚିନ୍ତାଜନକ ବୋଲି ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ପକ୍ଷରୁ କୁହାଯାଇଛି ।ଆହତ ବ୍ୟକ୍ତିମାନେ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ରେଫର ହୋଇ ବିଭିନ୍ନ ବେସରକାରୀ ଡାକ୍ତରଖାନା ରେ ପଡି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ସରକାରଙ୍କ ପାଖରେ ତାହାର ତଥ୍ୟ ଅଛି । ସରକାର ଚାହିଁଲେ ସେମାଙ୍କୁ ଚିହ୍ନଟ କରି ଆର୍ଥିକ ସହାୟତା ଦେଇ ପାରିବେ। ସେମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଇଫିକୋ କଲୋନୀର ପ୍ରତିମା ଜେନା ଅଛନ୍ତି ।ପ୍ରତିମା ଦଳାଚକଟାରେ ଆହତ ହେବା ସହ ବେହୋସ ହୋଇ ତଳେ ପଡ଼ିଥିଲେ।ତାଙ୍କ ଛାତିରେ ଏକାଧିକ ପିଞ୍ଜରା ହାଡ ଭାଙ୍ଗି ଯାଇଛି ।ତାଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ପ୍ରାଥମିକ ଚିକତ୍ସା କରାଯାଇ ଉନ୍ନତ ଚିକତ୍ସାପାଇଁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ରେଫର କରାଗଲା ।ପ୍ରତିମାଙ୍କ ପରି ଶହ ଶହ ଆହତ ବ୍ୟକ୍ତି ବିଭିନ୍ନ ବେସରକାରୀ ଡାକ୍ତରଖାନରେ ପଡିଛନ୍ତି ଓ ଖର୍ଚ୍ଚାନ୍ତ ହେଉଛନ୍ତି। ସରକାର ସେମାନଙ୍କୁ ଆର୍ଥିକ ସହାୟତା ଦେବାପାଇଁ ଆଖିବୁଜି ଦେଇଛନ୍ତି ।ଏହା ନିଶ୍ଚିନ୍ତ ଭାବରେ ସରକାରଙ୍କର ଅବିଚାର ।ଆହତ ମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ତରଫରୁ ସରୋଜ ନାୟକ,ଡକ୍ଟର ଧୃତିଧର ଦାସ,ଡକ୍ଟର ଅରୁଣ ପାଣି, ନୃସିଂହ ବାରିକ,ଆଡ଼ଭୋକେଟ ସଚ୍ଚିଦାନନ୍ଦ ନାୟକ, ଆଡ଼ଭୋକେଟ ସୁଶାନ୍ତ କୁମାର ବିହାରୀ, ସାମ୍ବାଦିକ ଜ୍ୟୋତି ରଞ୍ଜନ ପରିଡା, ତପନ କୁମାର ରାଉତରାୟ, ରମେଶ ଚନ୍ଦ୍ର ମହାନ୍ତି, ଗୌରାଙ୍ଗ ଚରଣ ସ୍ୱାଇଁ, ଇ-ମେଲ ଯୋଗେ ସରକାରଙ୍କୁ ନିବେଦନ କରିଛନ୍ତି ।
କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
