ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ଜଳ ସେବା
ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ଜଳ ସେବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସୁନାବେଶ ଓ ଦେବଶୟନ ଏକାଦଶୀ ତିଥିରେ ଜଗନ୍ନାଥ ବଲ୍ଲଭ ମଠ, ପୁରୀ ଠାରେ ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜଙ୍କ ନେତୃତ୍ଵରେ ଭକ୍ତ ମାନଙ୍କୁ ଲେମ୍ବୁ , ଜିଲ୍ ଜୀରା ସର୍ବତ ବଣ୍ଟନ ଓ ଜଳ ସିଞ୍ଚନ କାର୍ଯ୍ୟ ସଂପାଦନ ହୋଇଥିଲା | ଏଥିରେ ଅନୁଷ୍ଠାନର ସଂପାଦକ ଡ.ଶସିକାନ୍ତ ରଥ, ଉପସଭାପତି ଡ଼ଃ ପ୍ରଦୀପଚ଼ନ୍ଦ୍ର ଆଚାର୍ଯ୍ୟ,କୋଷା ଅକ୍ଷ ଶ୍ରୀ କାର୍ତ୍ତିକ ସାହୁ, ଡ.ଅଜୟାନନ୍ଦ ସାହୁ ପ୍ରମୁଖ ସେବା କାର୍ଯ୍ୟ ପରିଚାଳନା କରିବା ସହ ସମାଧିକ ସ୍ବେଛାସେବୀ ଯୋଗ ଦେଇ ସେବା ସମର୍ପଣ କରିଥିଲେ ।
