ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅଙ୍ଗଦାତା ବୀରେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଶ୍ରଦ୍ଧାଞ୍ଜଳି ସଭା।
ରଘୁନାଥପୁର:-୬/୭() ରଘୁନାଥପୁର ବ୍ଳକ ରେଢୁଆ ଅଞ୍ଚଳର ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରାପ୍ତ ବିଶିଷ୍ଟ ଅଙ୍ଗଦାତା ସ୍ବର୍ଗତ ବିରେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଇନ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ମାନ୍ୟବର ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ବିରେନ୍ଦ୍ରଙ୍କ ସାମାଜିକ ଚେତନା ଓ କର୍ମତତ୍ପରତାକୁ ପ୍ରଶଂସା କରିବା ସହ ସେ ଅଞ୍ଚଳବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଶିଷ୍ଟ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ଡ: ରମାକାନ୍ତ ଭୋଇ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସତ୍ୟ ଜେନା, ରଘୁନାଥପୁର ପଞ୍ଚାୟତସମିତି ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା ଓ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ରେଢୁଆ ସରପଞ୍ଚ କିଶୋର ଚନ୍ଦ୍ର ବେହେରା ଏବଂ ରେଢୁଆ ସମିତି ସଭ୍ୟ ବିଶ୍ୱଜିତ ଦାଶ,ଶିକ୍ଷାବିତ ଗୀତା ରଥ, ରଘୁନାଥପୁର ମଣ୍ଡଳ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ବେହେରା ପ୍ରମୁଖ ଯୋଗଦେଇ ସ୍ବର୍ଗତ ସ୍ୱାଇଁଙ୍କ ସ୍ମୃତି ଚାରଣ କରିଥିଲେ।ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍ବର୍ଗତ ବିରେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ସ୍ମୃତି ସଜଳ ବିରେନ୍ଦ୍ର ପୁସ୍ତିକା ଉନ୍ମୋଚନ କରାଯାଇଥିଲା।ସଭା ପୂର୍ବରୁ ଅତିଥି ମାନଙ୍କ ଦ୍ଵାରା ରେଢୁଆ ବଜାର ନିକଟରେ ସ୍ବର୍ଗତ ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା।ଏହି ଅବସରରେ ଆୟୋଜିତ ସଭାରେ ଅଞ୍ଚଳର ସାହିତ୍ୟିକ ଅଲେଖ ଚନ୍ଦ୍ର ବେହେରା, ଶୁଭ୍ରାଂଶୁ ଆଚାର୍ଯ୍ୟ, ଶାନ୍ତିଲତା ଦ୍ବିବେଦୀ, ବନମାଳୀ ମହାରଣା, ବିଜୟାନନ୍ଦ ସ୍ବାଇଁ, ବିଜନ ମହାପାତ୍ର, ରବୀନ୍ଦ୍ରନାଥ ବିଶ୍ଵାଳ, ସ୍ନେହାଂସୁ ଜେନା, ଦେବିପ୍ରସାଦ ମହାରଣା ପ୍ରମୁଖଙ୍କ ସହ ଅନେକ ବୁଦ୍ଧିଜୀବି ଯୋଗ ଦେଇଥିଲେ।ଶେଷରେ ବ୍ରଜକିଶୋର ସ୍ବାଇଁ ଧନ୍ୟବାଦ ଦେଇଥିଲେ।
