ଜଗନ୍ନାଥପୁର ପଞ୍ଚାୟତ କଣ୍ଟାପଡା ରାସ୍ତା ପାଲଟିଛି ମରଣଯନ୍ତା।ବ୍ଲକ ଘେରିଲେ ୧୮ନଂ ୱାଡବାସୀ।

ରଘୁନାଥପୁର =ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥ ପୁର ପଞ୍ଚାୟତ କଣ୍ଟାପଡା ଗ୍ରାମର ୧୮ନଂ ୱାର୍ଡ ରାସ୍ତା ମରଣଯନ୍ତ୍ରା ପାଲଟିଛି।ଏହି ରାସ୍ତାଟି ରଘୁନାଥପୁର ସୁଧାଭୂମି ଧନିପୁର ମୁଖ୍ୟରାସ୍ତର ବିରାଟକଟକ ଛକ ଠାରୁ ପ୍ରାୟ ୧/୫୦୦ କିମି କଣ୍ଟାପଡା ଗ୍ରାମକୁ ସଂଯୋଗ କରିଛିକି।ଏହିଗ୍ରାମରେ ଅଧିକାଂଶ ଦଳିତ ପରିବାର ରହୁଥିବା ରୁ ଏହା ଅବହେଳିତ ଅବସ୍ଥାରେ ରହିଛି।ଏଥିରେ ଦିର୍ଘ୪୦ ବର୍ଷ ତଳେ ମେଣ୍ଟାଲ ମୋହରମ ପଡିଥିଲା। ସେବେଠାରୁ ଏହିରାସ୍ତାରେ ଆଉ ମାଟିମୁଠାଏ ପଡିନାହିଁ ଏବଂ ଦିର୍ଘବର୍ଷର ମେଣ୍ଟାଲ ମୋହରମ ଧୋଇଯାଇ ଏଥିରେ ମାଟି ଚଢିଯାଇଛି।ଯାହାଫଳରେ ରାସ୍ତାଅବସ୍ଥା ଅତିଶୋଚନୀୟ ହୋଇପଡିଛି ବୋଲି ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି।ଏହି ରାସ୍ତା ଉପରେ ଗ୍ରାମର ୧୧୦ ପରିବାର ୨୮୦ ସଦସ୍ୟ ନିର୍ଭର କରିଥାନ୍ତି। ଆଣ୍ଠୁଏ କାଦୁଅ ଯୋଗୁ ସ୍କୁଲ, କଲେଜ ଅଙ୍ଗନୱାଡି ଶିଶୁ,ରୋଗି ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ସର୍ବାଧିକ ଯନ୍ତ୍ରଣା ଭୋଗୁଛନ୍ତି ପ୍ରସୂତି ମହିଳା ମାନେ। ଗ୍ରାମ ମଧ୍ୟକୁ ଆମ୍ମୁଲାନ୍ସ ପଶିପାରୁ ନଥିବାରୁ ରୋଗୀସେବା ଏକ ପ୍ରକାର ବିପର୍ଯ୍ୟସ୍ତ ଘଟିଛି।ଏହି ଗ୍ରାମ କୁ ୪ଚକିଆ ଯାନ ପସିବା ତ ଦୂରରକଥା ୨ଚକିଯାନ ଓ ସାଇକେଲ ମଧ୍ୟ ଯିବା କଷ୍ଟକର ହୋଇପଡିଛି।ଏଯାହାକୁ ନେଇ ଗ୍ରାମର ୧୮ନଂ ୱାର୍ଡର ଧରିତ୍ରୀ ମଲ୍ଲିକ, ଉମା ମଲ୍ଲିକ, ରିନା ମଲ୍ଲିକ,ମିନତୀ ମଲ୍ଲିକ,ମଧୁସ୍ମିତା ମଲ୍ଲିକ,କୁନି ମଲ୍ଲିକ,ଶଶୀ ମଲ୍ଲିକ,କୁନ୍ତଳା ମଲ୍ଲିକ, ସୁଭଦ୍ରା ମଲ୍ଲିକ ଙ୍କ ସମେତ ଶତାଧିକ ମହିଳା ସୋମବାର ବିଡିଓ ଙ୍କ କାର୍ଯ୍ୟାଳୟକୁ ଘେରିବା ସହିତ ଏକ ଦାବୀପତ୍ର ବିଡିଓ ବିରଞ୍ଛି ନାରାୟଣ ବେହେରା ଙ୍କୁ ଦେଇଥିବା ଜଣାଯାଇଛି।ଅଭିଯୋଗ ପାଇ ବିଡିଓ ଶ୍ରୀ ବେହେରା ଉପସ୍ଥିତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ସହ ସରପଞ୍ଚଙ୍କ ସହିତ କଥାହୋଇ ରାସ୍ତା ର ଅସ୍ଥାୟୀ ବ୍ୟବସ୍ଥା କରାଯିବ।ବର୍ଷାଦିନପରେ ଗ୍ରାମଉନ୍ନୟନ ବିଭାଗ ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ କରାଯିବା ର ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୣତ ହୋଇଥିଲା।

Leave a Reply

Your email address will not be published. Required fields are marked *