ମହେଶ୍ବର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ଅନୁଷ୍ଠିତ

ମହେଶ୍ବର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ଅନୁଷ୍ଠିତ।


ରଘୁନାଥପୁର = ରଘୁନାଥପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ମହେଶ୍ବର ଉଚ୍ଚ ବିଦ୍ୟାଳୟ ଗୁଆଳିପୁର ଠାରେ ଆଜି ଦିନ ୧୧ଘଟିକା ସମୟରେ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ବନ ମହୋତ୍ସବ ଭିତ୍ତିକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ସ୍କୁଲ ପ୍ରତିଷ୍ଠାତାଙ୍କ ପୁତ୍ର ଜ୍ଞାନରଞ୍ଜନ ପଟ୍ଟନାୟକ , ସମ୍ମାନୀତ ଅତିଥି ଭାବେ ପୂର୍ବତନ ଏନସିସି ଅଫିସର ରାଜକିଶୋର ସାହୁ,ଯୋଗଦେଇଥିଲେ । ଏହି ପରିପେକ୍ଷୀରେ ସ୍କୁଲ ପିଲାଙ୍କ ଦ୍ଵାରା ଏକ ସଚେତନା ରାଲି କରି ଗ୍ରାମ୍ୟ ଭ୍ରମଣ କରାଯିବା ସହ ସ୍କୁଲ ପ୍ରାଙ୍ଗଣରେ ସଚେତନା ସଭାର ମଧ୍ୟ ଆୟୋଜନ କରା ଯାଇଥିଲା , ଶେଷରେ ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ସ୍କୁଲ ପରିସରରେ ବୃକ୍ଷରୋପଣ କରଯାଇଥିଲା, ଏହି କାର୍ଯ୍ୟକ୍ରମକୁ ଏନସିସି ତଥା କ୍ରୀଡ଼ା ଶିକ୍ଷକ ଭେନୁଗୋପାଳ ମିଶ୍ର, ଅମୁଲ୍ୟ ନାୟକ, ମୋନାଲିସା ପାଢ଼ୀ, ସୀମା କାନୁନଗୋ, ସରିତା ଦାସ, ଲିପସା ଚୌଧୁରୀ, ଅମିଶା ସ୍ୱାଇଁ, ଗୀତା ରାଉତ, ଦେବଯାନୀ ମହାପାତ୍ର, ଭାରତୀ ନାୟକ, ରାଜଲକ୍ଷ୍ମୀ ପାତ୍ର ,ଜ୍ଞାନରଞ୍ଜନ ଖଟୁଆ,ପରେଶ୍ ମହାପାତ୍ର ପ୍ରମୁଖ ପୂର୍ଣ୍ଣମାତ୍ରା ରେ ସହଯୋଗ କରିଥିଲେ 

Leave a Reply

Your email address will not be published. Required fields are marked *