ଡ୍ରାଇଭର ସଂଘର ଆନ୍ଦୋଳନ
କାମାକ୍ଷାନଗର-ସାରା ରାଜ୍ୟରେ ଡ୍ରାଇଭର ମାନଙ୍କ ତରଫରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି -କାମାକ୍ଷାନଗର ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ କରାଯାଇଛି। ସ୍ଥାନିୟ ବାଁଉଁଶପାଳ ଛକ ଓ ମହୁଲପାଳ ପଥପ୍ରାନ୍ତ କେନ୍ଦ୍ର ନିକଟରେ ଏବଂ ପର୍ଜଙ୍ଗ ବ୍ଲକ ଠାରେ ୬ ଦଫା ଦାବିରେ ଏହି ଅନ୍ଦୋଳନ ଡାକରା ଦିଆଯାଇଛି। ଅଟୋ ଡ୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ବୋର୍ଡରେ ସାମିଲ କରିବାକୁ ମଞ୍ଚ ଦାବି କରିଛି। ଏଥିସହ ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ିଗୁଡ଼ିକ ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ପାର୍କିଂ ସହ ବିଶ୍ରାମାଗାର ଏବଂ ଶୌଚାଳୟ ବ୍ୟବସ୍ଥା ଓ ସେପ୍ଟେମ୍ବର ୧କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରିବା ଦାବି ରହିଛି।ଏଥିରେ ବହୁ ସଂଖ୍ୟାରେ ଡ୍ରାଇଭର ମାନେ ଆନ୍ଦୋଳନରେ ବସିଛନ୍ତି।ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବା ନେଇ ସଂଘ ତରଫରୁ କୁହାଯାଇଛି।
