କାମରେ ଆସୁନି କୃଷକ ପରାମର୍ଶ କେନ୍ଦ୍ର

କାମରେ ଆସୁନି କୃଷକ ପରାମର୍ଶ କେନ୍ଦ୍ର । କନ୍ଧମାଳ ତା ୧୦/୦୭/୨୦୨୫ ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଳସକୁମ୍ପା ଗ୍ରାମ ପଞ୍ଚାୟତ ରେ ନିର୍ମିତ ହୋଇଥିବା କୃଷି ପରାମର୍ଶ କେନ୍ଦ୍ର ଅଲୋଡ଼ା ହୋଇ ପଡି ରହିଛି । ବଳସକୁମ୍ପା ର ଚାଷୀ ମାନଙ୍କ କାମରେ କିମ୍ୱା କୃଷକ ମାନଙ୍କ କୌଣସି କାମରେ ଆସୁନି ଏହି ପରାମର୍ଶ କେନ୍ଦ୍ର,ଅର୍ଥାତ କୃଷକ ମାନଙ୍କୁ ବିଭିନ୍ନ ଚାଷ ସମ୍ବନ୍ଧରେ ପରାମର୍ଶ ଦିଆ ଯାଉ ନଥିବା ଜଣାପଡିଛି । ସେହିପରି ଖଜୁରୀପଡା ବ୍ଲକ ର ବ୍ଲକ ଛକରେ ବି ଏକ କୃଷକ ପରାମର୍ଶ କେନ୍ଦ୍ର ରହିଛି,ପରାମର୍ଶ କେନ୍ଦ୍ର କୁ ଲାଗି ବି ଡି ଓ ଙ୍କର କାର୍ଯ୍ୟାଳୟ ରହି ଥିଲେ ବି ଏହି ପରାମର୍ଶ କେନ୍ଦ୍ର ଖୋଲୁ ନାହିଁ କି ଚଷୀ ଙ୍କୁ ପରାମର୍ଶ ଦିଆଯାଉନାହିଁ । ଫୁଲବାଣୀ ମୁଖ୍ୟ ରାସ୍ତା ରେ ଥିବା ବଳସକୁମ୍ପା ମନ୍ଦିର ପ୍ରବେଶ ଗେଟ ନିକଟରେ ଥିବା କଲା ଡି ପଞ୍ଚାୟତ ଅବସ୍ଥିତ, ପଞ୍ଚାୟତ ସମ୍ମୁଖରେ କୃଷି ପରାମର୍ଶ କେନ୍ଦ୍ର ରହିଛି । ଦୀର୍ଘ ପନ୍ଦର ବର୍ଷ ହେଲା ଖୋଲୁ ନଥିବା ଜଣା ପଡିଛି । କିନ୍ତୁ ଚଷୀ ମାନଙ୍କୁ ଏକ୍ସପୋଜର ଭିଜିଟ ରେ ନିଆ ଯାଉଛି । ବିଭିନ୍ନ ସମୟରେ ଅଣଚାଷୀ ମାନେ ମଧ୍ୟ ଚଷୀ ଙ୍କ ନାମରେ ଯାଉଥିବା ସନ୍ଦେହ ସୃଷ୍ଟି କରିଥିଲା । ତେବେ କନ୍ଧମାଳ ଜିଲ୍ଲା ରେ ଥିବା ଶତାଧିକ କୃଷକ ପରାମର୍ଶ କେନ୍ଦ୍ର କୁ ଖୋଲାଯାଇ କୃଷକ ମାନଙ୍କୁ ଅନ୍ତତଃ ଚାଷ ବାସ ସିଜନରେ ପରାମର୍ଶ ଦିଆ ଯିବା ପାଇଁ ସାଧାରଣରେ ଦାବୀ ହେଉଛି!

Leave a Reply

Your email address will not be published. Required fields are marked *