ରାଜ୍ୟ ରାଜପଥର ଭିତ୍ତି ପ୍ରସ୍ତର ସ୍ଥାପନ

ଗଣିଆ – ବାଘମାରି -ଗଣିଆ-ଦଶପଲ୍ଲା ରାଜ୍ୟ ରାଜପଥର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ଗଣିଆ ବ୍ଳକ ସଭାପତି ମହାବୀର ମିଶ୍ର, ସାଂସଦଙ୍କ ଗଣିଆ ବ୍ଳକ ପ୍ରତିନିଧି ଶରତ କୁମାର କର, ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ । ସାଂସଦ ଶ୍ରୀପାଣିଗ୍ରାହୀଙ୍କୁ ଦଳୀୟ କର୍ମୀ ପଶୁ ଡାକ୍ତରଖାନା ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାଜା ବଜାଇ ପାଛୋଟି ନେଇଥିଲେ । ପୂଜାର୍ଚ୍ଚନା କରାଯିବା ପରେ ସାଂସଦ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସାଂସଦଙ୍କୁ ଦଳ ତରଫରୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ୬ କୋଟି ୬ ଲକ୍ଷ ୬୭ ହଜାର ଟଙ୍କାରେ ଉକ୍ତ ରାସ୍ତା ନିର୍ମାଣ ହେବା ପାଇଁ ଅର୍ଥ ମଞ୍ଜୁର ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ବରିଷ୍ଠ ବିଜେପି ନେତା ବିଭୂତି ଭୂଷଣ ପଣ୍ଡା,ଶୁଭ୍ରଜିତ ପଣ୍ଡା, ଚନ୍ଦ୍ରଶେଖର ଦାଶ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ସାଂସଦ ଗଣିଆ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ୭ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ହିତାଧିକାରୀ ମାନସି ବେହେରା, ସବିତା ବେହେରା,ଶଶିଲତା ଅମାୟନ୍ତ,ନିଆଶା ନାଏକ,ନିଆଶା ବେହେରା,ମଞ୍ଜୁଲତା ପ୍ରଧାନ,ଯମୁନା ସେଠୀଙ୍କୁ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ ଏବଂ ଓ୍ବାର୍ଡସଭ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ମନୋରଞ୍ଜନ ପ୍ରଧାନ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *