ତିହିଡି ଥାନା ଅଧିକାରୀ କୈାଣସି ମୁଦାଲା ମାନଙ୍କୁ ଗିରଫ ନ କରିବାରୁ ଏସପି ଙ୍କ ଦ୍ବାରସ୍ଥ

ଆଜି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିକାରୀ ଙ୍କୁ ଆଜିକୁ ୧୫ ଦିନ ହେବ ମୁଦାଲା ବିରୋଧରେ ଏତଲା ଦେଇ ଥିଲୁ। କିନ୍ତୁ ଥାନା କୁ ଯାଇ ଥକି ଗଲୁଣୁ ପୋଲିସ ର କୈାଣସି ପଦକ୍ଷେପ ନାହିଁ ଆମ୍ଭେ ଥାନାରେ ଦେଇଥିବା ଏତଲାରେ ମୁଦାଲାମାନେ ଆମ୍ଭଙ୍କୁ ମରଣାନ୍ତକ ଆକ୍ରମଣ କରି ଆମ୍ଭ ମୁଣ୍ଡ ଫଟାଇ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆମ୍ଭଙ୍କୁ ମାଡ଼ ମାରିଥିଲେ ମଧ୍ୟ ତିହିଡ଼ି ଥାନା ଅଧିକାରୀ ତାଙ୍କ ବିରୁଦ୍ଧେ ଏପର୍ଯ୍ୟନ୍ତ ୈାଣସି ପଦକ୍ଷେପ ନେଇ ନାହାନ୍ତି କେଶ ନଂ ୨୨୮/୨୦୨୫, ତା ୨୯.୦୬.୨୦୨୫ ଥିବା ଅଭିଯୁକ୍ତ ମୁଦାଲାମାନେ ଆମ୍ଭଙ୍କୁ ମାଡ଼ ମାରି ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆମ୍ଭ ମୁଣ୍ଡକୁ ଖୁବ୍ ଯୋରରେ ପିଟି ଫଟାଇ ଦେଇଥିଲେ । ଯାହା ଫଳରେ କି ପ୍ରବଳ ରକ୍ତସ୍ରାବ ହେବା ସହ ମୁଁ ମୃତ୍ୟୁ ସହ ସଂଗ୍ରାମ କରି ପ୍ରଥମେ ତିହିଡ଼ି ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେବା ପରେ ଭଦ୍ରକ ଡାକ୍ତରମାନେ କଟକ ବଡ଼ ମେଡିକାଲକୁ ରେଫର କରିଦେଇଥ୍‌ଥଳେ । ମୋ ମୁଣ୍ଡ ଫାଟି ଗଭୀର ଆଘାତ ହୋଇଥିବାର ଫଟୋ ଭିଡିଓ ଥିବା ଅଧିକାରୀଙ୍କୁ ଦେଖାଇଥିଲେ ମଧ୍ୟ ସେ BNS ଦଫା Sec-109 କୁ ଆମ୍ଭ FIR ରେ ଲଗାଇ ନଥିଲେ । ଏତଦ୍ ବ୍ୟତୀତ ମୁଦାଲାମାନେ ଖୁଲମ୍‌ଖୁଲା ବୁଲିବା ସହ ଆମ୍ଭଙ୍କୁ ପୁନଶ୍ଚ ଜୀବନରୁ ମାରିଦେବାକୁ ଧମକ ଦେଇଅଛନ୍ତି । ମୁଦାଲାମାନଙ୍କ ବିରୁଦ୍ଧରେ ପୋଲିସାବାବୁ କୌଣସି ପଦକ୍ଷେପ ଏଯାଏ ଗ୍ରହଣ କରିନଥିବା ହେତୁ ସେମାନେ କୌଣସି ମୁହୁର୍ତ୍ତରେ ଆମ୍ଭ ପ୍ରତି ଆକ୍ରମଣ କରିପାରନ୍ତି । ଯାହାକି ଆମ୍ଭ ମନରେ ଭୟ ଆଶଙ୍କା ରହିଛି ତେଣୁ ଆଜି ଭଦ୍ରକ ଏସପି ଙ୍କ ଦ୍ବାରସ୍ଥ ହୋଇ ସମସ୍ତ ବିଷୟ ରେ ଆଲୋକପାତ କରିଥିଲେ। ନିଶ୍ଚିତ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ।

Leave a Reply

Your email address will not be published. Required fields are marked *