ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧିକୁ ବୃଦ୍ଧି
ଉଚ୍ଚଶିକ୍ଷା ବିଭାଗ
ପ୍ରେସ ନୋଟ୍
ଭୁବନେଶ୍ୱର
୧୬ ଜୁଲାଇ, ୨୦୨୫
ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧିକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ଜୁଲାଇ ୧୬ ତାରିଖରେ ସ୍ପଟ୍ ନାମଲେଖା ପ୍ରକ୍ରିୟା ଶେଷ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
Student Academic Management System (SAMS) ଅଧୀନରେ ସ୍ନାତକ ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ପଟ୍ ନାମଲେଖା ପ୍ରକ୍ରିୟାକୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
