ସୌମ୍ୟଶ୍ରୀ ଙ୍କ ଆତ୍ମାହୁତି ପ୍ରତିବାଦ ରେ କଂଗ୍ରେସ ର ୧୨ ଘଣ୍ଟିଆ ବନ୍ଦ ଡାକରା।
ରାଇକିଆ, ତା 17/7/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କଂଗ୍ରେସ ତରଫ ରୁ ଫକୀର ମୋହନ ଅଟୋନମସ ମହାବିଦ୍ୟାଳୟ ର ଛାତ୍ରୀ ସୋମ୍ୟଶ୍ରୀ ବିସିଙ୍କ ମୃତ୍ୟୁ ର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଙ୍କ ଆହ୍ୱାନ କ୍ରମେ ରାଇକିଆ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଥିଲା ଯାହାକି ତାହା ସଫଳ ହୋଇ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନ ବାହାନ ଚଳାଚଳ ସହିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା l ଆଜିର ବନ୍ଦ ଡାକରା ଶାନ୍ତି ଶୃଙ୍ଖଳା ର ସହିତ ପାଳନ ହେଉଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି କୁ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ପ୍ରତ୍ୟେକ ଛକ ଓ ବଜାର ମଧ୍ୟରେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା।
