କଂଗ୍ରେସ୍ ର ୧୨ ଘଣ୍ଟିଆ ବନ୍ଦ ଡାକରା ସତ
କଂଗ୍ରେସ୍ ର ୧୨ ଘଣ୍ଟିଆ ବନ୍ଦ ଡାକରା ସତ, କିନ୍ତୁ ଏଠାରେ ସାଧାରଣତଃ ମାନବିକତା ଏବଂ ସମବେଦନା ଯୋଗୁଁ ଏହି ବନ୍ଦ ଟି ସଫଳ।
ରଘୁନାଥପୁର:- ଏଫ.ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ଶାସନାଧୀନ ସରକାରଙ୍କୁ ଦାୟୀ କରି ରାଜ୍ୟ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ରଘୁନାଥପୁର ବ୍ଲକ ଅଞ୍ଚଳରେ ସଫଳ ହୋଇଛି। କାଁଭା ଚାହା ଜଳିଖିଆ ଦୋକାନକୁ ଛାଡିଦେଲେ ଦୋକାନ ବଜାର ଆପାତତଃ ବନ୍ଦ ରହିଛି।ସେହିପରି ବସ ଓ ଟ୍ରକ ସହ ଚାରିଚକିଆ ଜାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀମାନେ ବ୍ଲକଛକ ନିକଟସ୍ଥ କଟକ ପାରାଦୀପ ରାସ୍ତା ଉପରେ ବସିରହି ପ୍ରତିବାଦ କରିଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲ୍ଲା କଂଗ୍ରେସ ଉପସଭାପତି ସର୍ବେଶ୍ଵର ପଣ୍ଡା,ପ୍ରାକ୍ତନ ବ୍ଲକ ସଭାପତି ପ୍ରଶାନ୍ତ ଦାସ, ବସନ୍ତ ଦାଶ,ମାନସ ଗୋଛାୟତ, ବସନ୍ତ ସ୍ବାଇଁ,ପ୍ରଦୀପ ସ୍ବାଇଁ, ଜିତେନ୍ଦ୍ର ମଲ୍ଲିକ,ବିନ୍ଦୁସାର ମହାପାତ୍ର,ବିଷ୍ଣୁ ବିଶ୍ବାଳ ପ୍ରମୁଖ ଡବଲ ଇଞ୍ଜିନ ସରକାରଙ୍କ ଉପରେ ବିଶୋଦଗାର କରିବା ଶହ ଛାତ୍ରୀ ମୃତ୍ୟୁ ଘଟଣା ପାଇଁ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବୀ କରିଥିଲେ।ଏହାଛଡା କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ,ଦାଇତ୍ୱ ସମ୍ପନ୍ନ ମନ୍ତ୍ରୀ ଓ ଏମପି ପର୍ଯ୍ୟନ୍ତ ଯେଉଁମାନେ ମୃତା ଛାତ୍ରୀଙ୍କ ଅଭିଯୋଗକୁ ଅଣଦେଖା କରିଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ଆଇନର କାଠଗଡାକୁ ଅଣାଯାଉ ବୋଲି କଂଗ୍ରେସ କର୍ମକର୍ତ୍ତାମାନେ ଦାବୀ କରିଥିଲେ।ମୃତା ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ କରାନଗଲେ ଏ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ପଣ୍ଡା ଚେତାବନୀ ଦେଇଥିଲେ।ସକାଳୁ କର୍ମୀମାନେ ବ୍ଲକ,ତହସିଲ ଓ ଅନ୍ୟାନ୍ୟ ଅଫିସକୁ ଜାଇ ବନ୍ଦ କରିଥିଲେ।ସେହିପରି କୁର୍ତ୍ତାଙ୍ଗ ସ୍ଥିତ ସ୍ଵାମୀ ଆରୁପାନନ୍ଦା କଲେଜ,ସରସ୍ୱତୀ ସଂସ୍କୃତ ମହାବିଦ୍ୟାଳୟ ଓ ରେଢୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ଆସିନଥିଲେ। ତାରପୁର ବାଇପାସ୍,ଜଇପୁର ଛକ ବଜାର, ରେଢୁଆ ମାର୍କେଟ, ନାଲିବର ବଜାର ଓ ଅଟୋ ଆସୋସିଏସନ ପକ୍ଷରୁ ଅଟୋ ଚଳାଚଳ ସ୍ୱତପ୍ରବୁତ ଭାବେ ବନ୍ଦ ରହିଥିଲା।ମୋଟାମୋଟି କଂଗ୍ରେସର ବନ୍ଦ ଡାକରାକୁ ସାଧାରଣ ଜନତାଙ୍କ ପୁର୍ଣ୍ଣ ସମର୍ଥନ ମିଳିଥିଲା।
