ସିଦ୍ଧେଶ୍ଵରୀ ମନ୍ଦିର ,ଦେଉଳସାହି, ରଘୁନାଥପୁର ଅନେକ କୀର୍ତ୍ତିରାଜି ର ମନ୍ଦିର

ସିଦ୍ଧେଶ୍ଵରୀ ମନ୍ଦିର ,ଦେଉଳସାହି, ରଘୁନାଥପୁର ଅନେକ କୀର୍ତ୍ତିରାଜି ର ମନ୍ଦିର
ରଘୁନାଥପୁର:- ଯଦି କୀର୍ତ୍ତିରାଜି ବା ଧରୋହର ର କଥା ପଡେ ଉତ୍କଳ ସେଥିରେ ଅଦ୍ୱିତୀୟ । ଅତୀତ ରେ ଭୌମକର ଠୁ ଆରମ୍ଭ କରି ଗଜପତି ବଂଶ ଯାଏଁ ଗଢି ଯାଇଥିବା କୀର୍ତ୍ତି ଗୁଡ଼ିକ ମଧ୍ୟ ରୁ ଅନେକ ଆଜିବି ମୁଣ୍ଡ ଟେକି ରହିଥିବା ବେଳେ ଅନେକ ସମୟ ର କରାଳ ଢେଉ ରେ କିମ୍ବା ବାହ୍ୟ ଆକ୍ରାନ୍ତା ଙ୍କ ଆକ୍ରମଣ ରେ ମାଟି ରେ ମିଶି ଯାଇଛି କିନ୍ତୁ ରହିଯାଇଛି ତାର ପୂର୍ବ ଭବ୍ୟତା ର କିଛି ଅଂଶ । ବାଣୀକ୍ଷେତ୍ର ଜଗତସିଂହପୁର ରେ ଏପରି ଅନେକ ପୀଠ ରହିଛି ଯେଉଁଥିରୁ ସିଦ୍ଧେଶ୍ଵରୀ ପୀଠ ଅନ୍ୟତମ।  ମା ସିଦ୍ଧେଶ୍ଵରୀ ମନ୍ଦିର ଙ୍କ ମନ୍ଦିର ଟି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନତର୍ଗତ ଦେଉଳସାହି ଗ୍ରାମ ରେ ଅବସ୍ଥିତ।ଜଗତସିଂହପୁର ଜିଲ୍ଲାର ଏକମାତ୍ର ଜଙ୍ଗଲ ଧଳତଙ୍ଗଗଡ ର ଏକ ପାର୍ଶ୍ଵ ରେ ମନ୍ଦିର ଟି ଅବସ୍ଥିତ। ଦେଉଳସାହି ଗ୍ରାମ ର ଗ୍ରାମ ଦେବତା ଓ ଗ୍ରାମ ଦେବତୀ ଭାବରେ ସିଦ୍ଧେଶ୍ଵରୀ ଦେବୀ ଓ ସିଦ୍ଧେଶ୍ଵର ମହାଦେବ ଙ୍କୁ ମନ୍ଦିର ଟି ସମର୍ପିତ।ନୂତନ ନିର୍ମିତ ମନ୍ଦିର ଭିତରେ ଅନେକ ଦଶମ କିମ୍ବା ଏକାଦଶ ଶତାବ୍ଦୀ ର ମୂର୍ତ୍ତି ଗୁଡ଼ିକ ଅଛି । ଦେବୀ ମନଶା ଙ୍କ ଏକ ମୂର୍ତ୍ତି ମୁଖ୍ୟ ଦେବୀ ସିଦ୍ଧେଶ୍ଵରୀ ଭାବ ରେ ପୂଜା ହେଉଛନ୍ତି ତାଙ୍କ ସହ ଚତୁର୍ଭୁଜା ଉଗ୍ରତରା ମୂର୍ତ୍ତି ମଧ୍ୟ ମନ୍ଦିର ରେ ପୂଜିତ ।ଏହି ମନ୍ଦିର ର ବିଶେଷ ଆକର୍ଷଣ ହେଉଛି ୧୦ମ/୧୧ଶ ଶତାବ୍ଦୀ ର ବୈଷ୍ଣବ ମୂର୍ତ୍ତି ଗୁଡ଼ିକ ଯେପରିକି  ପାଦ ର ଉଭୟ ପାର୍ଶ୍ଵ ରେ ଦୁଇ ସଖି ପାଦ ର ତଳ ଭାଗ ରେ ଧେନୁ ବତ୍ସା ସହ ଗୋପାଳ ଖୋଦେଇ  ଉର୍ଦ୍ଧ ରେ କିରୀଟମୁକୁଟ ଶୀର୍ଷ ରେ କଦମ୍ବ ବୃକ୍ଷ ଓ ଏହାର ଦୁଇ ପାର୍ଶ୍ଵ ରେ ପୁଷ୍ପମାଳ ଧାରି ବିଦ୍ୟାଧର ଓ ବିଦ୍ୟାଧରୀ ଓ ପୃଷ୍ଠ ଦେଶ ରେ ମକର ତୋରଣ ମଧ୍ୟ ରେ ଖୋଦିତ ବଂଶୀଧର କୃଷ୍ଣ ତ୍ରିଭଙ୍ଗି ଛନ୍ଦ ରେ ଗୋପୀନାଥ ମୂର୍ତ୍ତି। ଏହି ମୂର୍ତ୍ତି ତି ଅବିକଳ ପାର୍ବତୀପୁର ସ୍ଥିତ ଗୋପୀନାଥ ଙ୍କ ମୂର୍ତ୍ତି ଭଳି କିନ୍ତୁ ଆକାରରେ ବହୁତ୍ ଛୋଟ । ତ୍ରିବିକ୍ରମ ଓ ନୃସିଂହ ଙ୍କ ବିରାଟ ପ୍ରାଚୀନ ପ୍ରତିମା ଦ୍ବୟ ମଧ୍ୟ ଏହି ମନ୍ଦିର ରେ ଅବସ୍ଥିତ ।ଏହି ବୈଷ୍ଣବ ମୂର୍ତ୍ତି ଗୁଡ଼ିକ ଓ ମନ୍ଦିର ର ପାର୍ଶ୍ଵ ରେ ଥିବା ଏକ ବିରାଟ ଗରୁଡ଼ ମୂର୍ତ୍ତି ଟି ପ୍ରମାଣ ଦିଏ ଯେ ଭୌମକର ଶାସନ ସମୟ ରେ ଏଠାରେ ଏକ ସୁନ୍ଦର ବୈଷ୍ଣବ ମନ୍ଦିର ଟି ଥିଲା ।ଗ୍ରାମବାସୀ ଓ ପୂଜକ ମାନେ ଏହି ପ୍ରାଚୀନ ମୂର୍ତ୍ତି ଗୁଡ଼ିକ ଅତ୍ୟନ୍ତ ଯତ୍ନ ଓ ଭକ୍ତି ସହକାରେ ମନ୍ଦିର ଭିତରେ ସୁରକ୍ଷିତ ଭାବ ରେ ରଖି ପୂଜା ଅର୍ଚ୍ଚନା କରୁଛନ୍ତି। ଲୋକ ଲୋଚନ ଠୁ ଦୂର ରେ ଏପରି ଅନେକ ମନ୍ଦିର ରେ ବହୁ ପ୍ରାଚୀନ କୀର୍ତ୍ତି ଗୁଡ଼ିକ ଠୁଳ ହେଇ ରହିଛି ଯାହା ଦେହ ରେ ଉକ୍ତ ଅଞ୍ଚଳ ର ଐତିହ୍ୟ ର କାହାଣୀ ଲିଖିତ ଯେଉଁ କାହାଣୀ କୁ ଏବେ ପଢ଼ିବା ଅସମ୍ଭବ କିନ୍ତୁ ଏ କ୍ଷେତ୍ର କୁ ଯାଇ ଏହି କୀର୍ତ୍ତି ଗୁଡ଼ିକ ଦେଖି ନିଜ ଐତିହ୍ୟ, ନିଜ ଅଞ୍ଚଳ , ନିଜ କଳା ଉପରେ ଆମେ ଗର୍ବ ନିଶ୍ଚିନ୍ତ କରି ପାରିବା

Leave a Reply

Your email address will not be published. Required fields are marked *