ଅନାସ୍ଥା ପ୍ରସ୍ତାବ ଭୋଟରେ ହାରିଲେ ରାଇବନ୍ଧ ର ବିଜେଡି ସରପଞ୍ଚ।

Date- 18/07/2025 ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ଅନ୍ତର୍ଗତ ରାଇବନ୍ଧ ପଞ୍ଚାୟତ ରେ ଆଜି ଅର୍ଥାତ୍ ୧୮/୦୭/୨୦୨୫ ଦିନ ୧୧ ଟା ସମୟରେ ଅନାସ୍ଥା ପ୍ରସ୍ତାବ ଭୋଟ ଆୟୋଜନ କରାଯାଇଥିଲା ଏହି ଅନସ୍ତା ପ୍ରସ୍ତପ ଭୋଟ ରେ ସରପଞ୍ଚ ସୋମି ମଳିକ ପରାଜୟ କରିଥିଲେ। ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ବୁଲୁ ସ୍ଵାଇଁ ଙ୍କ ନେତ୍ରୁତ୍ଵରେ ଏହି ଅନାସ୍ଥା ପ୍ରସ୍ତାବ କୁ ଗତ ୧୭/୦୫/୨୦୨୫ ରେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଠାରେ ରାଇବନ୍ଧ ପଞ୍ଚାୟତ ର ୯ ଜଣ ଓ୍ଵାଡ୍ ମେମ୍ବର ଲିଖିତ ଭାବେ ଜଣାଇ ଥିଲେ। ଉପଜିଲ୍ଲାପାଳ ୧୮/୦୭/୨୦୨୫ କୁ ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ଆଗତ କରିଥିଲେ। ଆଜି ଦିନ ୧୧ ଟା ସମୟରେ ଭୋଟ ସଂଗ୍ରହ କରାଯାଇଥିଲା। ଏଥିରେ ସମସ୍ତ ୧୨ ଜଣ ଓ୍ଵାଡ୍ ମେମ୍ବର ସହ ସରପଞ୍ଚ ସୋମି ମଳିକ ମଧ୍ୟ ଉପସ୍ଥିତ ଥିଲେ। ଅନାସ୍ଥା ସପକ୍ଷରେ ୯ ଗୋଟି ଓ ବିପକ୍ଷରେ ୩ ଟି ଭୋଟ ପଡ଼ିଥିଲା। ଏଥିରେ ବେଲଗୁଣ୍ଠା ତହସିଲ ଦାର କଳା କ୍ରୁଷ୍ନ ପ୍ରଧାନ, ସୋରଡ଼ା ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ତନ୍ମୟ ପାତ୍ର, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ପର୍ବ ପ୍ରଧାନ ଅଂଶ ଗ୍ରହଣ କରିଥିଲେ। ଅନାସ୍ଥା ପ୍ରସ୍ତାବ ଭୋଟ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ବଡଗଡ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବେହେରା ଦାଇତ୍ୱ ନେଇଥିଲେ। ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ବୁଲୁ ସ୍ଵାଇଁ ଙ୍କ ନେତ୍ରୁତ୍ଵରେ ଏହି ବିଜୟ ହୋଇଥିବାରୁ ସ୍ଥାନୀୟ ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ବୁଲୁ ସ୍ଵାଇଁ ଓ ଓ୍ଵାଡ୍ ମେମ୍ବର ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *