ପୃଥିବୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ତାହାରପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ପୁନଃଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣୀ ଦେବୀ ସମ୍ବାଦ ସାହିତ୍ୟ ଘର ଓ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର ତାହାରପୁର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ଅଧଃକ୍ଷା ଧରିତ୍ରୀ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇଥିବା ବେଳେ ସଂମାନ୍ନିତ ଅତିଥି ଭାବେ ସମ୍ବାଦ, କନକ ଟିଭି ର ସମ୍ପାଦିକା ତନୟା ପଟନାୟକ ଯୋଗଦେଇଥିଲେ । ଆଜିର କୁନି କୁନି ଛାତ୍ରଛାତ୍ରୀ ମାନେ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବୃକ୍ଷ ରୋପଣ କରିବା ର ଆବଶ୍ୟକ ସମ୍ପର୍କରେ ଅତିଥି ଆଲୋକପାତ କରିଥିଲେ । ଅଳ୍ପ ବିନାଶ ରେ କିପରି ଅଧିକ ବିକାଶ ହୋଇପାରିବ ସେ ସମ୍ପର୍କରେ ସବୁ ବୁଦ୍ଧିଜୀବୀ ମାନେ ଚିନ୍ତା କରିବା ଦରକାର ବୋଲି ମୁଖ୍ୟ ଅତିଥି ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ସ୍କୁଲ ପରିସରରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ଅତିଥିମାନେ ବୃକ୍ଷ ରୋପଣ କରିବା ସହ ଏହାକୁ ଜୀବିତ ରଖିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ସଭା ଶେଷରେ ସ୍କୁଲ ର ସମ୍ପାଦକ ସଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *