ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓଙ୍କ ଦ୍ୱାରା ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଉପରେ କର୍ମଶାଳା ଉଦ୍ଘାଟିତ।

ଭୁବନେଶ୍ୱର, ୧୮ ଜୁଲାଇ ୨୦୨୫ —ଭୁବନେଶ୍ୱରର ମେଫେୟାରରେ ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସରକାରଙ୍କ ବିଭିନ୍ନ ବିଭାଗ, ଶିଳ୍ପ ଏବଂ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଏକାଠି ହୋଇଥିଲେ। ଏହି କର୍ମଶାଳା ଏକ ସ୍ଥାୟୀ, କମ୍ କାର୍ବନ ଭବିଷ୍ୟତ ପ୍ରତି ଓଡ଼ିଶାର ପ୍ରତିବଦ୍ଧକୁ ସୁନିଶ୍ଚିତ କରିଛି ।ଏହି କର୍ମଶାଳାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଥିଲେ। ଶ୍ରୀ ବିଶାଳ କୁମାର ଦେବ, ପ୍ରମୁଖ ଶାସନ ସଚିବ, ଶକ୍ତି ବିଭାଗ, ଡ ସତ୍ୟ ପ୍ରିୟ ରଥ, ଏମ୍ଡି ଗ୍ରୀଡକୋ, ସୁଶ୍ରୀ ସୁଜାତା ଗୁପ୍ତା, ଦକ୍ଷିଣ ଏସିଆ (ଶକ୍ତି) ନିର୍ଦ୍ଦେଶକ ଏଡ଼ିବି (ADB), ଶ୍ରୀ ଶ୍ରେୟମ୍ସା ବୈରିଗଞ୍ଜନ, କାର୍ଯ୍ୟକ୍ରମ ମୁଖ୍ୟ, ଶକ୍ତି ସଷ୍ଟେନେବଲ୍ ଏନର୍ଜି ଫାଉଣ୍ଡେସନ୍, ଏବଂ ଶ୍ରୀ ପଦମ ପ୍ରକାଶ, ପାର୍ଟନର, ପିଡବ୍ଲୁସି(PwC)।ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଜାତୀୟ ଶକ୍ତି ପରିବର୍ତ୍ତନରେ ଓଡ଼ିଶା ନେତୃତ୍ୱ ନେଉଛି । ଶକ୍ତି ପରିବର୍ତ୍ତନ ନୀତି ଆପଣେଇବାରେ ଓଡ଼ିଶା ପ୍ରଥମ ରାଜ୍ୟ ଅଟେ । ଏହି ନୀତି ଏକ ରଣନୈତିକ ରୋଡମ୍ୟାପ୍ ଅଟେ ଯାହା ନବସୃଜନ ଓ ପ୍ରଗତିକୁ ଆଗେଇ ନେବା ପାଇଁ ଡିଜାଇନ୍ କରାଯାଇଛି।ଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ କୁମାର ଦେବ କହିଲେ ଯେ, ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତିର ଡ୍ରାଫ୍ଟ ଏକ ଭବିଷ୍ୟତମୁଖୀ ଢାଞ୍ଚା ଯାହା ନବୀକରଣୀୟ ଶକ୍ତି, ଶକ୍ତି ଦକ୍ଷତା ଏବଂ ସବୁଜ ନିଯୁକ୍ତିକୁ ସମନ୍ୱିତ କରିଥାଏ। ଡ ସତ୍ୟପ୍ରିୟ ରଥ, ଗ୍ରୀଡକୋ ପରିଚାଳନା ନିର୍ଦ୍ଦେଶକ, ଶକ୍ତି ପରିବର୍ତ୍ତନରେ ଗ୍ରୀଡକୋର କେନ୍ଦ୍ରୀୟ ଭୂମିକା ଉପରେ ଆଲୋକପାତ କରିଥିଲେ।

ଏଡ଼ିବିର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା ଗୁପ୍ତା, ଓଡ଼ିଶାର ଦୃଷ୍ଟିକୋଣ ପ୍ରତି ଦୃଢ଼ ସମର୍ଥନ ପ୍ରକାଶ କରିଥିଲେ। ଏଡ଼ିବି ବିଭିନ୍ନ ଦେଶରେ ବିଭିନ୍ନ ଶକ୍ତି ପରିବର୍ତ୍ତନ ପଦକ୍ଷେପକୁ ସମର୍ଥନ କରିଛି ଏବଂ ଓଡ଼ିଶାକୁ ସମାନ ସମର୍ଥନ ଦେବାକୁ ଆଗ୍ରହୀ ବୋଲି ମତବ୍ୟକ୍ତ କରିଥିଲେ । ଶକ୍ତି ସଷ୍ଟେନେବଲ୍ ଏନର୍ଜି ଫାଉଣ୍ଡେସନ୍‌ର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ବୈରିଗଞ୍ଜନ୍, ଓଡ଼ିଶାର ସକ୍ରିୟ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ପିଡବ୍ଲୁସି (PwC)ର ପାର୍ଟନର ଶ୍ରୀ ପଦମ୍ ପ୍ରକାଶ, ତଥ୍ୟ-ଚାଳିତ ଯୋଜନାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।PwC ଏକ ବ୍ୟାପକ ଉପସ୍ଥାପନା ପ୍ରଦାନ କରିଥିଲା ଯେଉଁଥିରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ବ୍ୟବସ୍ଥିତ, ଫଳାଫଳ-ମୁଖୀ ହସ୍ତକ୍ଷେପ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ଅଧିବେଶନ ପରେ ଅଂଶୀଦାରମାନଙ୍କ ମଧ୍ୟରେ ଏକ ଆକର୍ଷଣୀୟ ପାରସ୍ପରିକ ଆଲୋଚନା ହୋଇଥିଲା । ବିତ୍ତପରାମର୍ଶ ଦାତା ତଥା ଅତିରିକ୍ତ ଶାସନ ସଚିବ ଡ ଦେବୀଦତ୍ତ ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ।ସୁଶ୍ରୀ ସଙ୍ଗୀତା ମହାରଣାଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *