ଏମ.ସି.ଏଲ୍ ତରଫ ରୁ ଚାଷୀ ଙ୍କୁ ମାଗଣା ହଳଦୀ ବଣ୍ଟନ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତ ପୁଷ୍ପଗିରି ମଠ ଠାରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ତତ୍ତ୍ଵାବଧାନରେ ରେ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଚାଷୀ ଙ୍କୁ ଉତ୍କୃଷ୍ଟ ମାନର ଏରୋଟ ହଳଦୀ ବିହନ ମାଗଣା ରେ ବଣ୍ଟନ କରା ଯାଇଛି।ଉତ୍କ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ଶମ୍ଭୁନାଥ ନନ୍ଦୀ ପ୍ରଦୀପ ପ୍ରଯୋଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା,ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝୀ, ଆଦିବାସୀ ଉନ୍ନୟନ ସଂସ୍ଥା ଅଧିକାରୀ କୃପାସିନ୍ଧୁ ବେହେରା,ରାଇକିଆ ବିଡ଼ିଓ ସବ୍ୟସାଚୀ ସାହୁ,ଦାରିଙ୍ଗବାଡି ବିଡ଼ିଓ,ପିମେଣ୍ଟ ବ୍ୟବସାୟୀ ମୁଖ୍ୟ ଡ. ଉତ୍କଳ ପଟ୍ଟନାୟକ,ପୀମେଣ୍ଟ ପରିଚାଳନା ମୁଖ୍ୟ ଦୀପଙ୍କର ଜେନା,ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ ପାତ୍ରମଞ୍ଚାଷୀନ ରହି କୃଷି ଓ କୃଷକ ଙ୍କ ଉନ୍ନତି ନିମନ୍ତେ ନିଜ ନିଜ ର ଅଭିଭାଷଣ ପ୍ରଦାନ କରିଥିଲେ।ଆଜିର କାର୍ଯ୍ୟକ୍ରମ ରେ ସ୍ଵାଗତ ଭାଷଣ ଡ. ଉତ୍କଳ ପଟ୍ଟନାୟକ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା ଶ୍ରୀ ସନକ ଦିଗାଲ କରିଥିଲେ।
