ଚକା ଆଖି ନୀରବ କାହିଁକି ତୁମେ

ଚକା ଆଖି ନୀରବ କାହିଁକି ତୁମେ –
ନୀରବ କାହିଁକି ଚକା ଆଖି ଆଜି ନୀରବ କାହିଁକି ତୁମେ
ଦିନ ଦ୍ବିପହରରେ ପିପାସୁ ଜନଙ୍କୁ ଦଣ୍ଡ ନ ଦେଉଛ ତୁମେ।
ଆଖି ଖୋଲି ଦେଖ ତୁମେ ମହାବାହୁ ଓଡ଼ିଶା ର ଝିଅ ମାନେ
ରାସ୍ତାରେ ଘଟୁଛି ଅଘଟଣ କେତେ
ଅସହାୟ ଯେ ସେମାନେ।
ସରକାରଙ୍କ ର‌ ଆଇନ୍ କାନୁନ୍
କରୁଛନ୍ତି ବେଖାତିରି
ସାହାସ ତାଙ୍କରି କଳନା କରୁନୁ
ଅଟନ୍ତି ଘୋଡା ବେପାରୀ।
ମୃତ୍ୟୁ ଦଣ୍ଡାଦେଶ ଅତ୍ୟନ୍ତ ଜରୁରୀ
ଯୈ।ନ ପିପାସୁ ମାନଙ୍କୁ
ଏନ୍ କାଉଣ୍ଟର ନିହାତି ଜରୁରୀ
ସର୍ତକ ହୋଇ ଯିବାକୁ।
ତୁମେ ଜଗନ୍ନାଥ ତୁମେ ଆଦିନାଥ
ତୁମେ ହିଁ ଭକତ ଧନ
ସୁଦର୍ଶନ ତୁମ କାହିଁକି ନୀରବ
ରହୁନି ନାରୀ ଜୀବନ।
ତୁମେ ନାରାୟଣ ସୁଦର୍ଶନ ଚକ୍ରେ ବିନାଶ କରଇ ଦୃଷ୍ଟ
ସୃଷ୍ଟି ର ପାଳକ ହେ ବିଶ୍ବ ନାୟକ
ତୁମେ କଣ ନିରୁଦିଷ୍ଟ।
ଚକା ଆଖି ଥାଇ କାହିଁକି ନୀରବ
ଆହେ ପ୍ରଭୁ ଜଗନ୍ନାଥ
ଭଲ କରି ଦେଖ ଏ ଧରା ପୃଷ୍ଠରେ ସମସ୍ତ ଜନ‌ ଅନାଥ।
ଏତିକି ଗୁହାରି ଆହେ ମହାବାହୁ
ବଢାଇ ଦିଅନ୍ତୁ କର
ଦୃଷ୍ଟ ନିବାରଣ ସନ୍ଥ ର ରକ୍ଷଣ
ଏତିକି ଗୁହାରି ମୋର।
ପ୍ରକୃତି ବନ୍ଧୁ ହରିହର ସାହୁ
(ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଆଶୁ କବି)
ସଭାପତି ଜାତୀୟ (ରାଷ୍ଟ୍ରପତି) ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *