୩୩୭ଗୋଟି ପ୍ରକଳ୍ପର ଶିଳାନ୍ୟାସ କଲେ ପଞ୍ଚାୟତିରାଜ ମନ୍ତ୍ରୀ
୩୩୭ଗୋଟି ପ୍ରକଳ୍ପର ଶିଳାନ୍ୟାସ କଲେ ପଞ୍ଚାୟତିରାଜ ମନ୍ତ୍ରୀ
୨୦୨୯ ମସିହା ସୁଦ୍ଧା କୋରାପୁଟ ଜିଲ୍ଲା ଦାଦନ ମୁକ୍ତ ହେବ _ ମନ୍ତ୍ରୀ ଶ୍ରୀ ନାୟକ
କୋରାପୁଟ,୨୧।୭()ରାଜ୍ୟ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ୩୩୭ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୧୬୩.୫୫ କୋଟି ପ୍ରକଳ୍ପରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ,ଗ୍ରାମୀଣ ବିକାଶ ଏବଂ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ। ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ୨୫୮ ପ୍ରକଳ୍ପ ପାଇଁ ୧୨.୭୧ କୋଟି ଟଙ୍କା ଆନୁମାନିକ ମୂଲ୍ୟ ରହିଥିବା ବେଳେ ଗ୍ରାମୀଣ ବିକାଶ ବିଭାଗ ପାଇଁ ୩୦ ଗୋଟି ପ୍ରକଳ୍ପ ରହିଛି।ଯାହାର ଆନୁମାନିକ ମୂଲ୍ୟ ୧୨୫.୧୯ କୋଟି ଟଙ୍କା ରହିଛି। ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପାଇଁ ୪୯ ଗୋଟି ପ୍ରକଳ୍ପ ରହିଛି।ଯାହାର ଆନୁମାନିକ ମୂଲ୍ୟ ୨୫.୬୫କୋଟି ଟଙ୍କା ରଖାଯାଇଛି। ଏହି ପ୍ରକଳ୍ପ ଗୁଡ଼ିକ ଶେଷ ହେଲେ ଜିଲ୍ଲାର ଲୋକମାନେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।୨୦୨୯ ମସିହା ସୁଦ୍ଧା କୋରାପୁଟ ଜିଲ୍ଲା ଦାଦନ ମୁକ୍ତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ୨୦୨୬ ମସିହାରେ କୋରାପୁଟ ଜିଲ୍ଲାବାସୀଙ୍କ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ସେ କହିଛନ୍ତି।ନୂଆପଡ଼ା ଜିଲ୍ଲାରୁ ଦାଦନ ମୁକ୍ତ ପ୍ରକଳ୍ପ ଆରମ୍ଭ କରାଯାଇ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଏବଂ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯିବ।କୋରାପୁଟ ଜିଲ୍ଲାରେ ୩ ଟି ସବୁଜ ପାର୍କ ନିର୍ମାଣ ହୋଇଥିବା ବେଳେ କଫି ଚାଷ ପାଇଁ ଅନେକ ଯୁବ ଉଦ୍ୟୋଗୀ ବାହାରିଲେଣି। ପନିପରିବା ବଜାରୀକରଣ କରିବା ସହ ଆଳୁ ସଂରକ୍ଷଣ ପାଇଁ ସୁବିଧା କରାଯାଇ ପାରିଲେ ଲୋକମାନେ ବାହାର ରାଜ୍ୟକୁ ଆଉ ଯିବେ ନାହିଁ ବୋଲି ସେ କହିଛନ୍ତି। କୋରାପୁଟ ଜିଲ୍ଲାକୁ ୧୫୨୦ ନଳକୂପ ନିର୍ମାଣ କରିବାକୁ ଅନୁମୋଦନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲର ଅଡିଟୋରିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା,କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଆଇଏଏସ ପ୍ରୋବେସାନେରୀ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଧନ୍ୟବାଦ ଅର୍ପଣ କରିଥିଲେ। ସୁନାବେଡା ଗ୍ରାମୀଣ ବିକାଶ ମୁଖ୍ୟ ନିର୍ମାଣ ଇଞ୍ଜିନିୟର ପ୍ରଭାକର ବେହେରା,କୋରାପୁଟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ଚୌଧୁରୀ,କୋରାପୁଟ ଗ୍ରାମୀଣ ବିକାଶ ନିର୍ବାହୀ ଯନ୍ତ୍ରୀ ଶ୍ରୀକୃଷ୍ଣ ଶବର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।କୋରାପୁଟ ବିଡିଓ ଦେବାଶିଷ ଗୌଡ଼,କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ,ଜିଲ୍ଲା ପରିଷଦ କାର୍ଯ୍ୟାଳୟର ହିମାଂଶୁ ଶତପଥି, ଗୌରୀ ଶଙ୍କର ସାହୁ,ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟି ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।ଏଥି ପୂର୍ବରୁ ବହୁ ପ୍ରତିକ୍ଷୀତ ସୁକୁ ନିର୍ମାଣଧିନ ବ୍ରିଜ ଘଟଣାସ୍ଥଳକୁ ମନ୍ତ୍ରୀ ଶ୍ରୀ ନାୟକ ଯାଇ ଆଲୋଚନା କରି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।କୋରାପୁଟ ବ୍ଲକ ବାସିନ୍ଦାଙ୍କ ପାଇଁ ନିର୍ମାଣଧିନ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଥିଲେ।କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା,ଜିଲ୍ଲାପାଳ ଭି କୀର୍ତ୍ତି ୱାସନ,ଗ୍ରାମୀଣ ବିକାଶ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାକର ବେହେରା,ନିର୍ବାହୀ ଯନ୍ତ୍ରୀ ଶ୍ରୀକୃଷ୍ଣ ଶବର ପ୍ରମୁଖ ଉପସ୍ଥିତ ଥିଲେ ।ଏହାପରେ ଅପରାହ୍ନରେ ପଦ୍ମପୁର ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଲୋକମାନଙ୍କ ସହ ସେ ଆଲୋଚନା କରିଥିଲେ। ଦଶମନ୍ତପୁର ବ୍ଳକ ଅନ୍ତର୍ଗତ ବାଉଁଶଗୁଡା କଫି ନର୍ସରୀ, ସେମିଳିଗୁଡା ବ୍ଲକ ଅନ୍ତର୍ଗତ ମିଲେଟ ପ୍ରକ୍ରିୟାକରଣ ୟୁନିଟ ଏବଂ ସେମିଳିଗୁଡା ସ୍ଥିତ ଅଦା ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ସେ ମହିଳା ଗୋଷ୍ଠୀ ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ।ମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ ବେଳେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
