କୁର୍ତ୍ତାଙ୍ଗ ଜୁନିଅର କଲେଜ ଅଧକ୍ଷ ଓ ଗଣିତ ଅଧ୍ୟାପକ ନିଲମ୍ବିତ

କୁର୍ତ୍ତାଙ୍ଗ ଜୁନିଅର କଲେଜ ଅଧକ୍ଷ ଓ ଗଣିତ ଅଧ୍ୟାପକ ନିଲମ୍ବିତ।
ରଘୁନାଥପୁର:- ଛାତ୍ରୀ ନିର୍ଯ୍ୟାତନା ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କୁର୍ତ୍ତାଙ୍ଗ ସ୍ଥିତ ସ୍ଵାମୀ ଆରୁପାନନ୍ଦ ଜୁନିଅର କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଗଣିତ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ ସୋମବାର ନିଲମ୍ବନ କରାଯାଇଛି।ଜିଲ୍ଲାପାଳଙ୍କ ଜରିଆରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପକ୍ଷରୁ ଏହି ନିର୍ଦ୍ଦେଶାନାମା ପ୍ରକାଶ ପାଇଛି।ସୂଚନାଯୋଗ୍ୟ କି ଗତ ୧୫/୧/୨୦୨୫ ରେ କଲେଜର ଜନୈକା ଛାତ୍ରୀ ଗଣିତ ଅଧ୍ୟାପକ ମହାନ୍ତିଙ୍କ ବିରୁଦ୍ଧରେ ଅସଦ ଆଚରଣ ନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।ଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ଅଧକ୍ଷ ସାହୁ ତୁରନ୍ତ ଏକ କମିଟି ଗଠନ କରି ସମ୍ପୃକ୍ତ ଅଧ୍ୟାପକ ମହାନ୍ତିଙ୍କୁ ସୋକଜ ନୋଟିସ ମାଗିଥିଲେ।ଏହାଛଡା କମିଟି ମଧ୍ଯ ଏ ସମ୍ପର୍କରେ ତଦନ୍ତ କରି ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।ଗତ ୨/୪/୨୦୨୫ ରେ ଛାତ୍ରୀ ଜଣକ ଅଧକ୍ଷ ସାହୁଙ୍କୁ ଏକ ଲିଖିତ ଦରଖାସ୍ତ ପ୍ରଦାନ କରିଥିଲେ।ସେଥିରେ ଅଧ୍ୟାପକ ମହାନ୍ତି ତାଙ୍କର ଭୁଲ ବୁଝିପାରି କ୍ଷମା ପ୍ରାର୍ଥନା କରିଥିବା ଏବଂ ଆପୋଷ ସମାଧାନ ହୋଇଥିବା ସମ୍ପର୍କରେ ଦର୍ଶାଇଥିଲେ।ଏଣୁ ଉକ୍ତ ଅଭିଯୋଗକୁ ଆଉ ଆଗକୁ ନନେଇ ପରିସମାପ୍ତି କରିବା ପାଇଁ ଛାତ୍ରୀ ଜଣକ ଅଧକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ।ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଠରେ ଏ ନେଇ ଅଭିଯୋଗ ହୋଇଥିଲା। ଗତ ୧୯/୭/୨୦୨୫ ରେ ଜିଲ୍ଲାପାଳଙ୍କ ପକ୍ଷରୁ ଅଧକ୍ଷ ସାହୁଙ୍କୁ ୩ ଦିନ ମଧ୍ୟରେ ଘଟଣା ସମ୍ପର୍କିତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।ଅଧକ୍ଷ ସାହୁଙ୍କ ରିପୋର୍ଟ ସନ୍ତୋଷ ଜନକ ନଥିବାରୁ ଉଭୟ ଅଧକ୍ଷ ଓ ଅଧ୍ୟାପକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।ଅନ୍ୟପକ୍ଷେ ଛାତ୍ରୀଙ୍କ ବାପାଙ୍କ ପକ୍ଷରୁ ସୋମବାର କଲେଜ କର୍ତ୍ତୃପକ୍ଷଙ୍କୁ ଏକ ଦରଖାସ୍ତ ଦିଆଯାଇଛି।ସେଥିରେ ସେ ତାଙ୍କ ଜ୍ଞାନ୍ତସାରରେ ସମାଧାନ ତଥା ପରିସମାପ୍ତି ହୋଇଥିବା ଉକ୍ତ ବିଷୟକୁ ଗଣମାଧ୍ୟମରେ ଅଧିକ ଚର୍ଚ୍ଚିତ ନକରିବା ପାଇଁ ଅନୁରୋଧ କରିଛନ୍ତି। ଏହାକୁ ସହ୍ୟ କରିନପାରି ଯଦି ଝିଅ କିଛି ଅଘଟଣ କରି ବସେ ତାହାଲେ ଏଥିପାଇଁ ଦାୟୀ କିଏ ରହିବ ?ସମ୍ପୃକ୍ତ ଗଣମାଧ୍ୟମ ନା କଲେଜ କର୍ତୃପକ୍ଷ ନା ସରକାର ବୋଲି ଛାତ୍ରୀଙ୍କ ବାପା ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *