କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକଙ୍କ ପ୍ରାଣହାନି
କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ନିଜ ଥାନା ଛକ ନିକଟ କାର୍ଯ୍ୟାଳୟରେ ବସିଥିବା ବେଳେ ସୋମବାର ସଂଧ୍ୟାରେ ହୃଦଘାତ କାରଣରୁ ତାଙ୍କର ପ୍ରାଣହାନି ହୋଇଥିବା ଅନୁମାନ କରାଯାଉଛି। ସେ ଜଣେ ପରୋପକାରୀ, ସରଳ ଓ ସଚ୍ଚୋଟ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ଜଡ଼ିତ ଥିଲେ। ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ଗଭୀର ଶୋକ ଆଣିଦେଇଛି। ଇଶ୍ଵର ତାଙ୍କର ଅମର ଆତ୍ମାର ସଦଗତୀ କାମନା କରନ୍ତୁ 🙏 ତାଙ୍କ ପରିବାରର ସଦସ୍ୟଙ୍କୁ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ। ଜୟ ଜଗନ୍ନାଥ 🙏 ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ 🙏
