କନ୍ଧମାଳରେ ପୋଲିସ ର କଡା ମାଓ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

କନ୍ଧମାଳରେ ପୋଲିସ ର କଡା ମାଓ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ।
କନ୍ଧମାଳ ତା ୨୨/୦୭/୨୦୨୫ ଫୁଲବାଣୀ ଆଜି ସ୍ଥାନୀୟ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଦୁଇ ଆଇଜି, ଏସ ପି, ଏସ ଡି ପି ଓ ଙ୍କ ସହ ଏ ଡି ଜି ସଂଜୀବ ପଣ୍ଡା ଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କନ୍ଧମାଳରେ ମାଓ ବାଦୀ ର ମୂଳଉତ୍ପାଟନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ପୋଲିସ ର ମାଓ ମୁକାବିଲା ଅପେରସନ କୌଶଳ କୁ ଶାଣିତ କରାଯିବ ବୋଲି ଏ ଡି ଜି, ଓଡିଶା ଶ୍ରୀଯୁକ୍ତ ସଂଜୀବ ପଣ୍ଡା ସାମ୍ବାଦିକ ମାନଙ୍କୁ କହିଛନ୍ତି!କନ୍ଧମାଳରେ ସକ୍ରିୟ ମାଓବାଦୀଙ୍କୁ ପୋଲିସ କଡା ଜବାବ ଦେଉଛି,!ସମ୍ପ୍ରତି ପୋଲିସ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିବା ବେଳେ ତିନି ମାଓ ବାଦୀ ଆତ୍ମ ସମର୍ପଣ କରିଛନ୍ତି । ତେବେ ଆଜି ଏ, ଡି ,ଜି ସଂଜୀବ ପଣ୍ଡା,ଦୁଇ ଆଇଜି ନୀତି ଶେଖର, ଡ଼ଃ ଦିପକ କୁମାର, ଏସପି ହରିଶ ବିଶି, ଓ ବାଲିଗୁଡା ଏସ, ଡି ,ପିଓ ପର୍ମେନ୍ଦର ପ୍ରସାଦ ଶହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ଆୱାହ୍ନ କୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୬ସୁଦ୍ଧା ମାଓ କାର୍ଯ୍ୟ କଳାପ କୁ ଅନ୍ତ ଘଟାଇବା ପାଇଁ ଚୂଡାନ୍ତ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ପଣ୍ଡା ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *