ଦୁଇ ବାଇକ୍ ମୁହାଁମୁହିଁ ଧକ୍କା,ଜଣେ ମୃତ ତିନି ଗୁରୁତର

ରାଇକିଆ, ତା 22/7/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଦର୍ଶ ବିଦ୍ୟାଳୟ ଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ବାଇକ୍ ଆରୋହୀ ଗୁରୁତର ହୋଇଥିବା ଦେଖିବାକୁ ମିଳିଅଛି।ସୂଚନା ପ୍ରକାରେ ଜିଡୁବାଡ଼ି ଗ୍ରାମ ର ରିପୁନ୍ ପ୍ରଧାନ ଓ ବାପି ପ୍ରଧାନ ସାଙ୍ଗ ଘରକୁ ବୁଲିବାକୁ ଯାଇ ନିଜ ଗ୍ରାମ କୁ ଫେରୁଥିବା ସମୟ ରେ ଅନ୍ୟ ପଟୁ ଆସୁଥିବା ଏକ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଫଳ ରେ ଘଟଣା ସ୍ଥଳରେ ହିଁ ରିପୁନ ପ୍ରଧାନ ଙ୍କ ମୃତ୍ୟୁ ହୋଇଥିଲା ।ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଦୁଇ ବାଇକ୍ କୁ ଜବତ କରିବା ସହିତ ଶବ କୁ ଶବ ବ୍ୟବଚ୍ଛେଦ ଗୃହ କୁ ପଠେଇବା ସହିତ ତିନି ଗୁରୁତର ଙ୍କୁ ଜିଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠେଇଥିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *