ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଙ୍କ ଦୁଷ୍କର୍ମ ମାମଲା
*ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଙ୍କ ଦୁଷ୍କର୍ମ ମାମଲା
*ଜଗତସିଂହପୁର ଜିଲ୍ଲା ବିଜେପି ମୋର୍ଚ୍ଚା ପକ୍ଷରୁ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କ କୁଶପୁଳିକା
– ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଙ୍କ ଦୁଷ୍କର୍ମ ମାମଲାକୁ ନେଇ ରାଜ ରାସ୍ତାକୁ ଓହ୍ଲେଇବା ସହିତ
ଜଗତସିଂହପୁର ଜିଲ୍ଲା ବିଜେପି ମୋର୍ଚ୍ଚା ପକ୍ଷରୁ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କ କୁଶପୁଳିକା ଦାହ କରାଯାଇଛି । ତିର୍ତ୍ତୋଲ ସ୍ଥିତ
ସରଣୀ ଛକ ଠାରୁ ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ଫାଟକ ପର୍ଯ୍ୟନ୍ତ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସୁଧୀର କୁମାର ମଲ୍ଲିକ ଙ୍କ ନେତୃତ୍ ରେ ବିକ୍ଷୋଭ ଶୋଭାଯାତ୍ରା ଓ କଲେଜ ଫାଟକ ସମ୍ମୁଖସ୍ଥ କଟକ ପାରାଦ୍ଵୀପ ରାସ୍ତାର ତିର୍ତ୍ତୋଲ କଲେଜ ଛକରେ ରାହୁଲ ଗାନ୍ଧୀ ଓ ଭକ୍ତ ଚରଣ ଦାସଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଯୁବ ମୋର୍ଚ୍ଚା ସଭ୍ୟ ତ୍ରିନାଥ ବାରିକ, ସୁଶିଲ ସାହୁ, ପ୍ରତ୍ୟୁଶ ଦାସ, ଶୁଭ୍ର କାନ୍ତ ରଣା, ହରିଶଙ୍କର ମହାନ୍ତି,ସତ୍ୟ ରଞ୍ଜନ ସାହୁ, ଅବିନାଶ ସିଂ ଓ ସୁଧୀର ମଲ୍ଲିକଙ୍କ ସମେତ ବହୁ ଯୁବ ମୋର୍ଚ୍ଚା ଓ ବିଜେପି କର୍ମୀ ସାମିଲ ଭକ୍ତ ଦାସ ଓ ରାହୁଲ ଗାନ୍ଧୀ ଙ୍କ କୁଶପୁଳିକା ଦାହ କରିବା ସହିତ ତାଙ୍କର ଇସ୍ତଫା ଦାବି କରିଥିଲେ l
ବାଇଟ 1 ସୁଧୀର ମଲ୍ଲିକ
ବାଇଟ 2 ତ୍ରିନାଥ ବାରିକ
ଜଗତସିଂହପୁର ରୁ ରୀତା ସାହୁ
