ଉଦଳା ଠାରେ କପ୍ତିପଦା ଉପଖଣ୍ଡ ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ
ଉଦଳା ଠାରେ କପ୍ତିପଦା ଉପଖଣ୍ଡ ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ l ——————————–ଉଦଳା ତl ୨୩/୭(ନି. ପ୍ର କରୁଣାକର ଦାସ ଙ୍କ ରିପୋର୍ଟ ) ୭୯ତମ ସ୍ୱାଧୀନତା ଦିବସ -୨୦୨୫ କପ୍ତିପଦା ଉପଖଣ୍ଡ ସ୍ଥାରରେ ଉଦଳାଠାରେ ପାଳନ କରାଯିବା ପରିପ୍ରେକ୍ଷୀରେ ଏକା ପ୍ରାକ ପ୍ରସ୍ତୁତି ବୈଠକ ଉଦଳା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଉପ ଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ଙ୍କ ଅଧକ୍ଷତl ରେ ଆୟୋଜିତ ଏଇହି ବୈଠକ ରେ ଉଦଳା ମାନ୍ୟବର ଲୋକ ପ୍ରିୟ ବିଧାୟକ ଭାସ୍କର ମଢେଇ, ଏନ ଏ ସି ଅଧକ୍ଷା ପ୍ରମିଳା ପଣ୍ଡା, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ , ଉଦଳା ବ୍ଲକ ଅଧକ୍ଷା ମଞ୍ଜୁଲତା ବିଶ୍ୱାଳ, ଉପ ନଗର ପାଳ ଲିଲି ଭୋଳ, ଉଦଳା ବି ଡ଼ି ଓ ସାମାଜିତ କର, ଉଦଳା ତହସିଲଦାର ସୁପ୍ରଭା ଦାସ, ଗୋପବନ୍ଧୁ ନଗର ତହସିଲଦାର ଓମ ପ୍ରକାଶ ମହାନ୍ତି, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାୟକ, ଡେପୁଟି କଳଲେକଟର ପ୍ରତୀକ ପଣ୍ଡା ଉଦଳା ଏନ ଏ ସି ପ୍ରିୟ ରଞ୍ଜନ ଜେନା ସହକାରୀ ଜିଲ୍ଲାପାଳ ପ୍ରବୀଣ ମାଝୀ ପ୍ରମିଖା ମଂଚାସୀନ ଥିବ ବେଳେ ସରକାରୀ ତଥା ବେ ସରକାରୀ ସଦସ୍ୟ, ଶିକ୍ଷ୍ୟନୁଷ୍ଠାନର କର୍ମକର୍ତା ତଥା ଗଣ ମାଧ୍ୟମ ପ୍ରତିନିଧ ମନେ ଉପସ୍ଥିତ ଥିଲେ l ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରାଜ କୁମାର ପ୍ରଧାନ ମଂଚାସୀନ ଅଥିତି ସମେତ ଉପସ୍ଥିତ ସଦସ୍ୟ, ମାନଙ୍କୁ ସ୍ୱାଗତ କରିଥିଲେ l ତତ୍ପରେ ୭୯ତମ ସ୍ୱାଧୀନତା ଦିବସ ୨୦୨୫କୁ କିପରି ସୁଚାରୁ ରୂପେ ପାଳନ କରାଯିବ ସେ ଦିଗରେ ସୁ ଚିନ୍ତିତ ମତାମତ ଦେବାକୁ ଉପ ଜିଲ୍ଲାପାଳ ଉପସ୍ଥିତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ l ତଦନୁଯାଇ ରାମଧନୁ ପରିବେଷଣ, ପ୍ରଭାତଫେରୀ, ପରିଷ୍କାର ପରିଚ୍ଛନ୍ନ ଅନୁଷ୍ଠାନିକ ଜାତୀୟ ପତାକା ଉତ୍ତଳୋନ, ସଜାଶଯ୍ୟା, ପ୍ୟାରେଡ ଅଭ୍ୟାସ ଓ ପ୍ରତି ଯୋଗିତା ବିଭିର୍ନ୍ନ ପ୍ରାୟତଃ ୫ ଗୋଟି ବିଭାଗରେ ପ୍ରତିଯୋଗିତା, ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର, ଉଚ୍ଚବିଦ୍ୟାଳୟ ସ୍ଥରୀୟ ଉପଖଣ୍ଡ ମେଧାବୃତ୍ତି ସମ୍ମାନ ସାଇ ସାଧନା ହାଇସ୍କୁଲ ଟପ୍ପର ସମ୍ମାନ, ଯୁକ୍ତ ଦୁଇ ମେଢ଼ ସମ୍ମାନ ଉଦଳା ଡାକ୍ତରଖାନାରେ ଫଳ ଓ ବିସ୍କୁଟ ବଣ୍ଟନ, ଉଦଳା ଉପକାରାଗାରରେ ବିଚାରଧୀନ ବନ୍ଦୀ ମାନଙ୍କୁ ମିଷ୍ଟନ୍ନ ବଣ୍ଟନ, ରକ୍ତଦାନ ଶିବିର ଟାଟାଥା ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା l ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପ୍ରତ୍ୟକ ବ୍ଲକ ସ୍ଥରରୁ ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ଥରରେ ପରେଡ ପ୍ରତିଯୋଗୀ ପ୍ରେରଣ ଲାଗି ଉପ ଜିଲ୍ଲାପାଳ ଙ୍କ ପ୍ରସ୍ତାବ କ୍ରମେ ଉପଖଣ୍ଡର ସମସ୍ତ ବି ଇ ଓ ଏଠି ନିମନ୍ତେ ପଦକ୍ଷପ ନେବାକୁ ପରାମର୍ଶ ଦିଅ ଯାଇଥିଲା l ସର୍ବ ଶେଷରେ ଡେପୁଟି କଲେକଟର ପ୍ରତୀକ କୁମାର ପଣ୍ଡା ଉକ୍ତ ଦିବସ କୁ ପାଳନ କରିବା ନିମନ୍ତେ ସମସ୍ତଙ୍କର ହାର୍ଦିକ ସହଯୋଗ କାମନା କରି ଧନ୍ୟବାଦ ଜ୍ଞାପନ କରିବା ପରେ ସଭାପତି ସଭା ସାଙ୍ଗ ଘଷଣl କରିଥିଲେ ,
