ଏନଫୋର୍ସମେଣ୍ଟ ଟିମର ବିଭିନ୍ନ ଜର୍ଦା ଦୋକାନରେ ଚଢ଼ାଉ
ଏନଫୋର୍ସମେଣ୍ଟ ଟିମର ବିଭିନ୍ନ ଜର୍ଦା ଦୋକାନରେ ଚଢ଼ାଉ।
ନିମାପଡ଼ା ( ତୀର୍ଥକ୍ଷେତ୍ର ) ନିମାପଡ଼ା ଅଂଚଳରେ ବିଭିନ୍ନ ଦୋକାନରେ ଖୁଲମ ଖୁଲା ନିଶା ଦ୍ରବ୍ୟ ବିକ୍ରୟ ଚାଲିଥିବା ବେଳେ ଆଜି ଏନଫୋର୍ସମେଣ୍ଟ ଟିମର ମିଳିତ ଚଢ଼ାଉ କରାଯାଇଥିଲା। ବିଶେଷ କରି ଶିକ୍ଷାଅନୁଷ୍ଠାନ ନିକଟରେ ଥିବା ବହୁ ଦୋକାନରେ ପ୍ରଚୁର ମାତ୍ରାରେ ନିଶାଦ୍ରବ୍ୟ ବିକ୍ରୟ କରାଯାଉଥିବାର ଖବର ପାଇ ବିଭିନ୍ନ ଜର୍ଦା ଦୋକାନରେ ମିଳିତ ଚଢ଼ାଉ କରିଥିଲେ।ବିଶେଷ କରି ବିଭିନ୍ନ ସ୍ଥାନରେ ଥିବା ସ୍କୁଲ କଲେଜ ନିକଟରେ ପାନଜର୍ଦା, ଗୁଟୁଖା,ସିଗାରେଟ ଭଳି ନିଶା ଦ୍ରବ୍ୟ ବିକ୍ରୟ କରାଯାଇପାରିବ ନାହିଁ ବୋଲି କୋର୍ଟଙ୍କ କଡା ନିର୍ଦେଶନାମା ରହିଛି। ଏହି ନିଶା ଦ୍ରବ୍ୟ ସେବନ ଫଳରେ ଯୁବ ପିଢ଼ି ବିପଥଗାମୀ ହେବା ସହିତ ମାରାତ୍ମକ ରୋଗରେ ପୀଡିତ ହୋଇ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଚାଲି ଯାଉଛି। ପୁରୀ ଜିଲ୍ଲା ଡ୍ରଗ୍ସ ଇନସିପେକ୍ଟର, ଫୂଡ଼ସେଫଟି ଅଧିକାରୀ, ଅବକାରୀ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ସ୍ଥାନୀୟ ପୋଲିସର ମିଳିତ ସହଯୋଗରେ ପାନ ଦୋକାନ, ଗ୍ରୋସରୀ ଦୋକାନ, ଜର୍ଦା ଦୋକାନ ଉପରେ ପୁରୀ ଜିଲ୍ଲା ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଚଢ଼ାଉ କରାଯାଇ ଫାଇନ ଆଦାୟ କରାଯିବା ସହ ଦୋକାନୀ ମାନଙ୍କୁ ତାଗିଦ କରିଛନ୍ତି।ଯଦି କୌଣସି ସ୍କୁଲ, କଲେଜ ନିକଟରେ ଦୋକାନୀ ମାନେ ଏସବୁ ସାମଗ୍ରୀ ବିକ୍ରୟ କରନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।
