ମୁଁ କହିବି ନା ତୁମ କଥା ଶୁଣିବି
ମୁଁ କହିବି ନା ତୁମ କଥା ଶୁଣିବି
🖋️କବିରତ୍ନ ନୂତନ କୁମାର ବେହେରା
ଏ ଜୀବନର ଜଞ୍ଜାଳ ଏତେ ବେଶି
କେବଳ ମୋର ନୁହେଁ ପ୍ରାୟ ସମସ୍ତଙ୍କର
ଟାଣି ଓଟାରି ଚାଲୁ ସମୟକୁ ଗଣନା କରି
ତଥାପି ଅକୁଳାଣ ହୁଏ ଅନେକ ଥର
ବ୍ୟସ୍ତ ବିବ୍ରତରେ ମୁଣ୍ଡ ଘୁରେ ହେଉ ବିବଶ
ଘନିଷ୍ଠ ସଂପର୍କ ରଖିବାକୁ ପୂର୍ବ ପରି
ମୁଁ କହିବି ନା ତୁମ କଥା ଶୁଣିବି
ଦ୍ବନ୍ଦର ଦୋଛକିରେ ବିଚାର ରହେ ଅଟକି
କାହା କର୍ମ/ଧର୍ମ/ଭାଗ୍ୟରେ କ’ଣ ଅଛି
ସେ କଥା ତ ଅଜଣା… ଭବିଷ୍ୟତ ଅନ୍ଧାର
ତାହାରି ଭିତରେ ଜୀବନର ଅବଧି
ଦୁଃଖ ଯେତେ ଆସେ ସୁଖକୁ ପଛରେ ରଖି
ଦୂର କରିବା କା’ ପକ୍ଷେ ନୁହେଁ ସମ୍ଭବ
ତଥାପି ତୁମେ କହି ଦେଲେ ନିଜର ଭାବି
ମନଟା ଟିକିଏ ହାଲୁକା ହୋଇଯିବ
ତୁମେ କୁହ ବା ମୁଁ କୁହେ ଥିଲେ ଘନିଷ୍ଠତା
ପରସ୍ପର ଆମେ ପରସ୍ପରର କଥା ଶୁଣିବା
ମୋ ଦୁଃଖ ତୁମକୁ କହି ଦେଲା ପରେ
ମୁଁ ମୋ ଭିତରେ ଏମିତି ଅନୁଭବ କରେ
କିଛି ହଜିଥିବା ଶାନ୍ତି ଫେରି ପାଇବା ପରି
ମୁଁ କହୁନି ବିଶେଷ ତୁମେ କୁହ ଶୁଣିବି
ହୁଏତ ମୋତେ କହି ପାଇବ ଟିକେ ସାନ୍ତ୍ଵନା
ଏମିତି ଭାଙ୍ଗି ପଡ଼ନା ବାତ୍ୟାର ଗଛ ଭଳି
ସାହସ ସଞ୍ଚି ଆଗକୁ ଚାଲ…ଧୈର୍ଯ୍ୟ ବି ଧର
ପୁଣି ଫେରି ଆସିବ ସେ ହସଖୁସିର ଦିନ
ପ୍ରତିକୂଳ ପରେ ଅନୁକୂଳ ସ୍ଥିତି ଆସେ
ନିଜ ଉଦ୍ୟମ ରଖିବାକୁ ହେବ ଅବ୍ୟାହତ
ଶୁଣିଲା ପରେ ତୁମ କଥା କହିବି ଏତିକି
ମୁଁ କହିବି ନା ତୁମ କଥା ଶୁଣିବି ଏବେ
ଦ୍ଵନ୍ଦରେ ହେଲେ ଧନ୍ଦି ସମୟ ଯିବ ଚାଲି
ଆମ ଭିତରେ ଥିବା ଆତ୍ମୀୟତା ବିଗିଡ଼ିବ
ମୋତେ ଭରସା କରି କହି ପାରିବ ସ୍ପଷ୍ଟ
ଆବଶ୍ୟକତାକୁ ନେଇ ରଖିବା ବୁଝାମଣା
ଜରୁରୀ ଯାହା କରିବା କାର୍ଯ୍ୟକାରୀ
ତୁମ କଥା ନ ଶୁଣି ମୁଁ କହିଲେ କଥା
ଊଣା କରି ମନ ହୁଏତ ତୁମେ ଦୂରେଇ ଯିବ
ମନରେ ପ୍ରଶ୍ନବାଚୀ ହୋଇ ରହିବ ଏ ଭାବଟି
ମୁଁ କହିବି ନା ତୁମ କଥା ଶୁଣିବି…।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
