ସମଗ୍ର ରାଜ୍ୟରେ ବିତର୍କର ବିଜେତା ବିଶ୍ୱବିଜିତା ପୁରସ୍କୃତା।

ଅଦ୍ୟ ଦିବସରେ ଓଡିଶା ସାହିତ୍ୟ ଏକାଡେମୀର ୬୮ ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ସପ୍ତମ ଶ୍ରେଣୀ ଛାତ୍ରୀ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତା ହୋଇଛନ୍ତି ବିଶ୍ୱବିଜିତା ମହାନ୍ତି। ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବକୃତା ପ୍ରତିଯୋଗିତାରେ ନୟାଗଡ଼ କ୍ଳଷ୍ଟର ସ୍ତରରେ ପ୍ରଥମ, ବ୍ଳକ ସ୍ତରରେ ପ୍ରଥମ ତାପରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ବକୃତାରେ ବିଜେତା ହୋଇ ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି ସୁଶ୍ରୀ ବିଶ୍ବବିଜିତା। ଆଜି ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ମଞ୍ଚାସୀନ ଅତିଥି ଓଡିଶା ଭାଷା ସାହିତ୍ୟ ସଂସ୍କୃତି, ଉଚ୍ଚ ଶିକ୍ଷା ବିଭାଗ ମାନ୍ୟଵର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାରସ୍ୱତ ସାଧକ ଶାନ୍ତନୁ ଆଚାର୍ଯ୍ୟ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ନିଳାଦ୍ରୀ ଭୂଷଣ ହରିଚନ୍ଦନ , ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଦେବପ୍ରସାଦ ଦାଶ ଓ ଓଡିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ କେତନ ଉପାଧ୍ୟାୟ ଯୋଗଦେଇ ସୁଶ୍ରୀ ବିଶ୍ବବିଜିତା ମହାନ୍ତିଙ୍କୁ ପୁରସ୍କାର ଅର୍ଥରାଶି ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରି ଆଶୀର୍ବାଦ ଦେଇଥିଲେ। ପୂର୍ବରୁ ନୟାଗଡ଼ର କୁନି ପ୍ରତିଭା ମେଧାବୀ ଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣକରି ଉତ୍କଳଜ୍ୟୋତି ସମ୍ମାନ ର ଅଧିକାରୀ ହୋଇଥିବା ସାଙ୍ଗକୁ ବିଜ୍ଞାନମେଳାରେ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାକୁ ଗୌରବପୂର୍ଣ୍ଣ ମହିମା ମଣ୍ଡନ କରିଛନ୍ତି |ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ସହିତ, ଗୀତାଶ୍ଳୋକ ଆବୃତ୍ତି ଓ କୁଇଜ଼୍ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାର ସୁନାମ ଅକ୍ଷୁର୍ଣ ରଖିଛନ୍ତି | ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ବାର୍ଷିକ ଉତ୍ସବରେ ବିଦ୍ୟାଳୟ ତରଫରୁ ପ୍ରଦତ୍ତ ବିଦ୍ୟାଳୟର ଗର୍ବ ଓ ଗୌରବ ସମ୍ମାନକୁ ବଜାୟ ରଖିଛନ୍ତି | ଆଜି ପୁରସ୍କୃତ ବିଶ୍ବବିଜିତାଙ୍କୁ ନୟାଗଡ଼ର ବୁଦ୍ଧିଜୀବୀ, ବିଦ୍ୟାଳୟର ଗୁରୁଜୀ, ଗୁରୁମା, ସାହିତ୍ୟିକ ଓ ଲେଖକ ମାନେ ଭୂୟସୀ ପ୍ରସଂଶା କରିଛନ୍ତି | ବିଶ୍ବବିଜିତା ଆମ ବିଦ୍ଯାଳୟର ସର୍ବଗୁଣ ସମ୍ପନ୍ନ ମେଧାବୀ ଛାତ୍ରୀ ବୋଲି ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ମତବ୍ୟକ୍ତ କରିବା ସହିତ ତାଙ୍କ ପିତାମାତାଙ୍କୁ ଆନ୍ତରିକ ଧନ୍ଯବାଦ ଜ୍ଞାପନ କରିଛନ୍ତି। ନୟାଗଡ ସହର ନିକଟସ୍ଥ ବାଲୁଗାଁ ଗ୍ରା. ପ କଣ୍ଟାବଣିଆ ଗ୍ରାମର ଆଡ଼ଭୋକେଟ ବଳଭଦ୍ର ମହାନ୍ତି, ମଞ୍ଜୁଳା ମହାନ୍ତିଙ୍କ କନିଷ୍ଠା କନ୍ୟା ବିଶ୍ୱବିଜିତା ମହାନ୍ତି ଅଟନ୍ତି |

Leave a Reply

Your email address will not be published. Required fields are marked *