କୁଜଙ୍ଗ ନାବାଳିକା ଯୁବତୀ ଙ୍କୁ ଦୁଷ୍କର୍ମ
କୁଜଙ୍ଗ ନାବାଳିକା ଯୁବତୀ ଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ ଘଟଣା
ଏସ୍ପିଙ୍କୁ ଭେଟିଲେ ବିଜେଡ଼ିର ଏକ ପ୍ରତିନିଧି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳରେ ନାବାଳିକା ଯୁବତୀଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ ଘଟଣାକୁ ନେଇ ବିଜେଡି ଦଳର ଏକ ପ୍ରତିନିଧି ଦଳ ଜଗତସିଂହପୁର ଏସ୍ପି ଙ୍କୁ ଭେଟି ଆଲୋଚନା କରିଛନ୍ତି । ନାବାଳିକା ଗର୍ଭବତୀ ଘଟଣା ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ମୁଖ୍ୟ ଦୁଇ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବିଜେଡି ର ଏହି ଟିମ ମଧ୍ୟରେ ଜଗତସିଂହପୁର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ପୂର୍ବତନ ପାରାଦ୍ୱୀପ ବିଧାୟକ ସମ୍ବିଦ ରାଉତରାୟ, ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ବିଜେଡି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇ ରାଜ୍ୟ ତଥା ଜିଲ୍ଲା ରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇ ଚାଲିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ବାଇଟ 1 – ପ୍ରଶାନ୍ତ କୁମାର ମୁଦୁଲି (ପୂର୍ବତନ ବିଧାୟକ)
ବାଇଟ 2 – ରାଜଶ୍ରୀ ମଲ୍ଲିକ (ପୂର୍ବତନ ସାଂସଦ)
ବାଇଟ 3- ଭବାନୀ ଶଙ୍କର ଉଦ୍ଗାତା (ଏସ୍ପି)
ଜଗତସିଂହପୁର ରୁ ରୀତା ସାହୁ
