ଶ୍ରୀ ରାମଲିଙ୍ଗ ଚୌଡେଶ୍ୱରୀ ମା ଙ୍କ ବାର୍ଷିକ ଉତ୍ସଵ, ରୂଦ୍ରାଭିଷେକ ଓ ଶିବ ପୂଜାରେ ଭକ୍ତଙ୍କ ଭିଡ

ବ୍ରହ୍ମପୁର ୨୬/୭ ମାର୍ଥା ପେଟା ସାହି ସ୍ଥିତ ଶ୍ରୀ ସିଦ୍ଧେଶ୍ୱର ସ୍ବାମୀ କଲ୍ୟାଣ ମଣ୍ଡପ ରେ ଶ୍ରୀ ରାମ ଲିଙ୍ଗ ଚୌଡେଶ୍ୱରି ମା ଙ୍କ ଦେବ ସ୍ଥାନ ର ୪୬ତମ ବାର୍ଷିକ ଉତ୍ସବ ଓ ୧୦୮ କଳସ ଅଭିଷେକ ଅନୁଷ୍ଠିତ ହେଉଅଛି। ଏହି ଅବସରରେ ପ୍ରଥମ ଦିବସରେ ଆୟୋଜିତ କଳସ ଯାତ୍ରାରେ ଆଖ ପାଖ ଅଂଚଳର ବହୁ ଭକ୍ତ ଯୋଗ ଦେଇଥିଲେ ସେହି ପରି ୨୪ ତାରିଖ ରେ ନିଜ ରୂପ ଦର୍ଶନ, ଦେବୀ ହୋମ, ୨୫ତାରିଖ ରେ ସାମୁହିକ କୁଙ୍କୁମ ପୂଜା ଆରତୀ କାଯ୍ୟକ୍ରମ୍ ଅନୁଷ୍ଠିତ ହୋଇଥିଲା। ଶନିବାର ମା ଙ୍କ ନିକଟରେ ରୁଦ୍ରା ଭିସେକ ,ଶିବ ପୂଜା ଓ ପ୍ରସାଦ ସେବନ କାଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ରବିବାର ସକାଳ ୧୦ ଟାରେ ମା ଙ୍କ ନଗର୍ ପରିକ୍ରମା ସହ ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ସିଦ୍ଧେଶ୍ୱର ସ୍ବାମୀ କଲ୍ୟାଣ ମଣ୍ଡପ ସଭାପତି ଟି.ଗୋପୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାଂସଦ ଡ ପ୍ରଦୀପ କୁମାର ପାଣିଗ୍ରାହି, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ,ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ଶରତ ଚନ୍ଦ୍ର ପଟ୍ଟନାୟକ, ବନମାଳୀ ସେଠୀ , କାମନା ପାଢ଼ୀ, ଶିବ ଶଙ୍କର ସାହାଣୀ ପ୍ରମୁଖ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ମା ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସେହି ପରି ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ,ଅର୍ବାନ ବ୍ୟାଙ୍କ ସଭାପତି ଆର.ମୂରଲୀ ମୋହନ ଙ୍କ ସମେତ ବହୁ କର୍ପୋରେଟର ଅନୁରୁପ୍ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ କର୍ପୋରେଟର ଟି.କିଶୋର, ଜେ.ଦେବଦାସ, କେ.ଜଗନ୍ନାଦ୍ଧମ , ଏ. ଶେଖର, ଏ.ନନ୍ଦ ରାଜୁ, ଏନ୍. ଗୀତା, ଏନ୍. ପଦ୍ମଜା , ଏ ଭି ରାମାରାଓ ଙ୍କ ସମେତ ସମସ୍ତ କମିଟି ର କର୍ମକର୍ତ୍ତା ସହ ଯୋଗ କରିଥିଲେ ।।

Leave a Reply

Your email address will not be published. Required fields are marked *