ଭଦ୍ରକ ରୋଟାରୀ କ୍ଲବ ପକ୍ଷରୁ କାର୍ଗିଲ ବୀର ସହିଦ ଭଦ୍ରକ ମାଟି ର ସନ୍ତାନ ନିରଞ୍ଜନ ବେହେରା ଙ୍କୁ ଶ୍ରଦ୍ଧାଞ୍ଜଳି

– କାର୍ଗିଲ ବିଜୟ ଦିବସ ଅବସରରେ ଦେଶର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ପ୍ରାଣବଳି ଦେଇଥିବା ବୀର ଯବାନଙ୍କ ପ୍ରତି ସାରା ଦେଶ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ତ୍ୟାଗ, ବଳିଦାନ, ସାହସ ଓ ସୌର୍ଯ୍ୟର ଗୁଣ ଗାନ କରୁଛି। ଏହି ଅବସରରେ ଭଦ୍ରକ ର ଚାନ୍ଦବାଲି ଗ୍ରାମରେ ଜନ୍ମିତ ବୀର ସୁପୁତ ଶହୀଦ ନିରଞ୍ଜନ ବେହେରା ତଥା କାରଗିଲ ଯୁଦ୍ଧରେ ସହିଦ୍ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କର ଅସୀମ ସାହାସ, ଦେଶ ପ୍ରୀତି,ତ୍ୟାଗ ଓ ବଳିଦାନର ସ୍ମୃତି ଚାରଣ କରାଯାଇଥିଲା। ଏହି ଅବସରରେ ସହିଦ୍ ନିରଞ୍ଜନ ବେହେରା ଅମର ରହେ, ଭାରତ ମାତା କି ଜୟ ଓ ବନ୍ଦେ ମାତରଂ ପ୍ରଭୃତି ସ୍ଳୋଗାନରେ ଗଗନ ପ୍ରକମ୍ପିତ ହୋଇଥଲା। ସହିଦ୍ ଶ୍ରୀ ନିରଞ୍ଜନ ବେହେରା ଙ୍କ ମାତୃଭୂମି ପ୍ରତି ନିଃସ୍ଵାର୍ଥପର ବଳିଦାନର ଦେଶ ପ୍ରେମ ଓ ମାତୃଭୂମି ପ୍ରତି ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ସହିଦ୍ ମାନଙ୍କ ବିଷୟରେ ପର ପିଢ଼ିଙ୍କ ଜ୍ଞାତ ନିମନ୍ତେ ସେମାନଙ୍କ ବାବଦରେ ପାଠ୍ୟ ପୁସ୍ତକର ପ୍ରଣୟନ ପାଇଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରକାଶ କରିଥିଲେ, ସମାଜ ସେବୀ ଶ୍ରୀ ଯୁକ୍ତ ଅତିଶ ବେହେରା ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *