ମା’ ପାଇଁ ଗଛଟିଏ ରେ ସାମିଲ ହେଲେ ଶତାଧିକ ଛାତ୍ରଛାତ୍ରୀ
(ମା’ ପାଇଁ ଗଛଟିଏ ରେ ସାମିଲ ହେଲେ ଶତାଧିକ ଛାତ୍ରଛାତ୍ରୀ )ବ୍ଲକସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସ୍କୁଲ ଛାତ୍ର ଛାତ୍ରୀ lଗୋପ ୨୬/୦୭/୨୫/(ତୀର୍ଥ କ୍ଷେତ୍ର) ଶନିବାର ଗୋପ ବ୍ଲକ ଅନ୍ତର୍ଗତ ଭୈରବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ କୋଣାର୍କ ବନ୍ୟପ୍ରାଣୀ ଵନାଞ୍ଚଳ ସହଯୋଗରେ କ୍ଲଷ୍ଟରସ୍ତରୀୟ ଵ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିଜ ମାଆଙ୍କ ନାମରେ ଗୋଟିଏ ଲେଖାଏଁ ଵୃକ୍ଷ ଚାରା ରୋପଣ କରିବା ସହିତ ଏହାର ସୁରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ହୋଇଛନ୍ତି। ପୂର୍ବାହ୍ନରେ କ୍ଲଷ୍ଟର ଅନ୍ତର୍ଗତ ଶିରିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ରନାଥ ବାହିନୀପତିଙ୍କ ପୌରୋହିତ୍ୟରେ ଆୟୋଜିତ ସଚେତନତା ସଭାରେ ଅତିଥି ରୂପେ ଚମ୍ପାହାର ଅଗ୍ନିଶମ ସେବାକେନ୍ଦ୍ର ଅଧିକାରୀ ବିଚିତ୍ର କୁମାର ଚୌଧୁରୀ, ଗୋପ ଏଵିଇଓ ସମ୍ରାଟ ଭଞ୍ଜ ଭୋଇ, ସମାଜସେବୀ ତୁଳସୀ ପଟ୍ଟନାୟକ, ସମାଜସେବୀ ରାମକୃଷ୍ଣ ମହାନ୍ତି, ଵନପାଳ ତପନ ନାୟକ, ଵନପାଳ କାର୍ତ୍ତିକେଶ୍ୱର ମୁଣ୍ଡା, ଵନରକ୍ଷୀ ରଶ୍ମିତା ପୃଷ୍ଟି, ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତି, ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଦାଶ, ଵାନାମ୍ଵର ବେହେରା ଓ କାଳନ୍ଦୀ ଚରଣ ଜେନା ଯୋଗଦେଇ ପରିବେଶ ସୁରକ୍ଷା ଦିଗରେ ବୃକ୍ଷରୋପଣର ଗୁରୁତ୍ୱ ସଂପର୍କରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କୁ ସଚେତନ କରିଥିଲେ ।କ୍ଲଷ୍ଟରର ଶିରିପୁର ପ୍ରକଳ୍ପ ୟୁପିଏସ୍, ରୁଦ୍ରାୟଣୀ ନୋଡାଲ ୟୁପିଏସ, ସିମିଳି ପ୍ରକଳ୍ପ ୟୁପିଏସ୍, ପାଇକେରାପୁର ପିଏସ୍ ଓ ମାଟିଆପଡା ନୋଡାଲ ୟୁପିଏସ ପରିସରରେ ଛାତ୍ରଛାତ୍ରୀମାନେ ନିଜ ନିଜ ମାଆଙ୍କ ନାମରେ ଗୋଟିଏ ଲେଖାଏଁ ଵୃକ୍ଷ ଚାରା ରୋପଣ କରିବା ସହିତ ଏହାର ଯତ୍ନ ନେବାପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଗଛ ଲଗାଇଥିବା ଛାତ୍ରଛାତ୍ରୀଙ୍କ ସୂଚନା ସଂପର୍କିତ ଏକ କ୍ୟୁଆର୍ କୋଡ୍ ରୋପିତ ପ୍ରତି ଚାରାରେ ଝୁଲା ଯାଇଛି। ଆଜି ୫ଟି ବିଦ୍ୟାଳୟ ପରିସରରେ ଏକଶହରୁ ଅଧିକ ଅଁଳା, ବେଲ, ନିମ୍ବ, ପାଟଳି, ବଉଳ, କରଞ୍ଜ, ଶିଶୁ ପ୍ରଭୃତି ଵୃକ୍ଷଚାରା ରୋପଣ କରାଯାଇଛି। ଆସନ୍ତା ସପ୍ତାହରେ କ୍ଲଷ୍ଟର ଅନ୍ତର୍ଗତ ୧୪ଟି ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସିଆରସିସି ଶ୍ରୀ ବାହିନୀପତି ପ୍ରକାଶ କରିଛନ୍ତି।
