ରେକର୍ଡ ଅପଲୋଡ କରୁନାହାନ୍ତି ସମ୍ପାଦକ
ରେକର୍ଡ ଅପଲୋଡ କରୁନାହାନ୍ତି ସମ୍ପାଦକ।ଚାଷୀ ବିହନ ଓ ସାର ଔଷଧ ପାଇବାରୁ ବଞ୍ଚିତ।ଖରିପ ସିଜିନରେ ମିଳିଲାନି ଋଣ। ମା ନାରାୟଣୀ ପ୍ରାଥମିକ କୃଷି ସମବାୟ ସମିତି।ରଘୁନାଥପୁର:-)ଗତ ଦୁଇବର୍ଷ ତଳୁ ରଘୁନାଥପୁର ବ୍ଲକ ତାରପୁର ପଞ୍ଚାୟତରେ ନୂତନ ଭାବେ ମା ନାରାୟଣୀ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ଯ କରୁଛି।ଏଥିରେ ତାରପୁର, ଅଛୁତପୁର,ଗୋକୁଳପୁର, ହରିଶପୁର ଓ ଖଣ୍ଡତରି ରାଜସ୍ବ ଗ୍ରାମର ଚାଷୀମାନେ କେବଳ ମଣ୍ଡିରେ ଧାନ ଦେବା ବ୍ୟତୀତ ଅନ୍ୟ ସେବା ପାଇବାରେ ବିଫଳ ହେଉଥିବାର ଅଭିଯୋଗ ହେଉଛି।ପୁର୍ବରୁ ଚିକିଣିଆ କୃଷି ସମବାୟ ସମିତିରେ ଥିବା ଉକ୍ତ ୫ ଟି ରାଜସ୍ବ ଗ୍ରାମର ଚାଷୀଙ୍କ ଅଂଶଧନ ଓ ରେକର୍ଡ ପତ୍ର ନୂତନ ଭାବେ ଗଢି ଉଠିଥିବା ମା ନାରାୟଣୀ ପ୍ରାଥମିକ କୃଷି ସମବାୟ ସମିତିକୁ ଟ୍ରାନଷ୍ଫର କରାଯାଇ ନାହିଁ।ଫଳରେ ଚାଷୀମାନେ ୧ ପ୍ରତିଶତ ଋଣ ପାଇବାରୁ ବଞ୍ଚିତ ହେବାସହ ଖରିଫ ସିଜିନରେ ବିହନ ଓ ସାର ଔଷଧ ପାଇବାରୁ ବଞ୍ଚିତ ହୋଇଛନ୍ତି।ଉକ୍ତ ସମିତିର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଅବହେଳା ପ୍ରଦର୍ଶନ କରି ଅନଲାଇନରେ ଚାଷୀଙ୍କ ତାଲିକା ସହ ସେମାନଙ୍କ ଅଂଶଧନ ଅପଲୋଡ କରୁନଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି।ଜାଦ୍ୱାରା ଚାଷୀମାନେ ବିଭିନ୍ନ ପ୍ରକାର ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅନ୍ତର୍ଯ୍ୟାମୀ ରାଉତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡେପୁଟି ରେଜିଷ୍ଟାର ପ୍ରଭାତ କୁମାର ଶତପଥୀଙ୍କୁ ପଚାରିବାରେ ସେ କୁହନ୍ତି ଯେ ଚିକିଣିଆ ସମିତିରେ ଥିବା ପୁର୍ବତନ ସମ୍ପାଦକ ସମସ୍ତ ରେକର୍ଡ ପତ୍ର ପ୍ରଦାନ ନକରିବାରୁ ତାଙ୍କୁ ନିଲମ୍ବିତ କରାଯାଇ ଛପଡା ସମିତିର ସମ୍ପାଦକ ମହାନ୍ତିଙ୍କୁ ଏହି ସମିତିର ଅତିରିକ୍ତ ଦାଇତ୍ୱ ପ୍ରଦାନ କରାଯାଇଥିଲା। ଗତ ୨୦ ଦିନ ତଳେ ଆଲମିରା ଭଙ୍ଗାଜାଇ ସମସ୍ତ ରେକର୍ଡ ପତ୍ର ଉଦ୍ଧାର କରାଯାଇଛି।ଏହାଛଡା ମା ନାରାୟଣୀ ସମିତି ଅଧିନରେ ଥିବା ସମସ୍ତ ଚାଷୀଙ୍କ ରେକର୍ଡ ଅପଲୋର୍ଡ କରିଦେବା ପାଇଁ ସମ୍ପାଦକ ମହାନ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାର ଅଧିକାରୀ ଶତପଥୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ବର୍ତ୍ତମାନ ଧାନମଣ୍ଡି ଚାଷୀମାନଙ୍କ ପଞ୍ଜିକରଣ କାର୍ଯ୍ୟ ଚାଲିଥିବାରୁ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି ଚିକିଣିଆ ସମିତିର ସମ୍ପାଦକ ମହାନ୍ତି ପ୍ରକାଶ କରିଛନ୍ତି।ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ଉମେଶ ଚନ୍ଦ୍ର ପରିଡା, ବିନୋଦ ବିହାରୀ ମହାନ୍ତି, ଗଣେଶ୍ୱର ପରିଡାଙ୍କ, ତ୍ରିଲୋଚନ ପଣ୍ଡା,କେଦାର ପରିଡାଙ୍କ ସହ ପଞ୍ଚାୟତର ଚାଷୀମାନେ ଦାବୀ କରିଛନ୍ତି।
