ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବାର ବିତିଗଲା ୩ ବର୍ଷ, କାର୍ଯ୍ୟକ୍ଷମ କେବେ ?
ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବାର ବିତିଗଲା ୩ ବର୍ଷ, କାର୍ଯ୍ୟକ୍ଷମ କେବେ ?
ଗଣିଆ – ଗାଁ ଗାଁରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ବୋରି° ନିର୍ମାଣ କରି ଗାଁ ଗୁଡିକରେ ବାସ କରୁଥିବା ଜନସାଧାରଣଙ୍କୁ ଜଳ ଯୋଗାଇବା ଫଳରେ ଅନେକ ସ୍ଥାନରେ ଜଳସଙ୍କଟ ଦୂର ହେଉଛି । ଏଥିପାଇଁ ଜଳଯୋଗାଣ ବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ରାଜ୍ୟର ଏଭଳି ଅନେକ ସ୍ଥାନ ଅଛି ଯେଉଁଠି ପ୍ରକଳ୍ପ ନିର୍ମାଣ କରାଯାଇଛି ସତ କିନ୍ତୁ କାର୍ଯ୍ୟକାରୀ ହୋଇପାରୁନି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ କାଳିଆପଡା ଠାରେ କିଶୋର ପ୍ରସାଦ -୨ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି । ୨୦୨୨ ମସିହାରୁ ଏହି ପ୍ରକଳ୍ପ ନିର୍ମାଣ କରାଯାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଫଳରେ ସରକାରଙ୍କର ଏହି ଜନହିତକର ଯୋଜନାର ଲକ୍ଷ୍ୟ ସାଧନ ହୋଇପାରୁନାହିଁ । ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ । ଗାଁରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ନିର୍ମାଣ ସରିଯାଇଛି କିନ୍ତୁ ଜଳଯୋଗାଣ ହୋଇପାରୁନାହିଁ । ଫଳରେ ନିର୍ମାଣଧୀନ ପ୍ରକଳ୍ପଟିରେ ଅନାବନା ଗଛଲତା ଉଠି ଭୂତକୋଠି ପାଲଟିଗଲାଣି । ତେବେ ତୁରନ୍ତ ଉକ୍ତ ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ କରାଗଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
