ଜୟ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ।

ରଘୁନାଥପୁର:-ରଘୁନାଥପୁର ବ୍ଲକ ଜଇପୁର ସ୍ଥିତ ଜୟ ଜଗନ୍ନାଥ ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ନୂତନ ଭାବେ ନିର୍ମାଣ କରାଯାଉଥିବା ଜଗନ୍ନାଥ ମନ୍ଦିର ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମନ୍ଦିର ପରିଚାଳନା କମିଟିର ସମ୍ପାଦକ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ତତ୍ତ୍ଵାବଧାନରେ କମିଟିର ସଦସ୍ୟମାନେ ଚାରା ରୋପଣ କରି ସମାଜକୁ ଗଛ ଲଗାଇବା ଦେଶ ବଞ୍ଚାଇବା ବାର୍ତ୍ତା ପ୍ରଦାନ କରିଥିଲେ। କମିଟିର ସଭାପତି ଭ୍ରମରବର ନାୟକ ବିଶ୍ବ ପରିତାପନ ଓ ଅସୁନ୍ତଳିତ ଜଳବାୟୁ ପରିବର୍ତ୍ତନ ପାଇଁ ମାନବ ସଭ୍ୟତା ଦାୟି ବୋଲି ପ୍ରକାଶ କରିଥିଲେ।ଏହାଛଡା ବୃକ୍ଷ ମାନବ ସମାଜ ପାଇଁ ଜୀବନ ସଦୃଶ୍ୟ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ମହିଳାମାନେ ବହୁ ସଂଖ୍ୟାରେ ସାମିଲ ହୋଇ ଚାରା ରୋପଣ କରିଥିଲେ। କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ସାମଲ, ହେମନ୍ତ କୁମାର ସାହୁ, ବାନାମ୍ବର ସେନାପତି, ବୁଲା ସାହୁ, ମାନସ ପୃଷ୍ଟି, ଲିପା ପାତ୍ର, ପାଣୁ ଦାସ, ରନୁଆ ଦାସ ଓ ପ୍ରମିଳା ଦାସ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *