କଳିଙ୍ଗଟିଭି ପ୍ରତିନିଧି ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ସହାୟତାରେ ମିଳିଲା ତୃତୀୟ ମୃତକଙ୍କ ପରିଚୟ
କଳିଙ୍ଗଟିଭି ପ୍ରତିନିଧି ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ସହାୟତାରେ ମିଳିଲା ତୃତୀୟ ମୃତକଙ୍କ ପରିଚୟ ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଟାକରା ନିକଟସ୍ଥ ଅସନିବେରେଣା ରାସ୍ତାରେ ଶନିବାର ଦିନ ହୋଇଥିବା ସଡ଼କ ଦୃଘଟଣାରେ ୩ ଜଣଙ୍କ ପ୍ରାଣ ହରାଇଥିବା ବେଳେ ୨ଜଣଗୁରୁତର ହୋଇ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା। ମୃତକ ୩ଜଣ ମଧ୍ୟରୁ ୨ମୃତକଙ୍କ ପରିଚୟ ମିଳିପାରିଥିବା ବେଳେ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ତୃତୀୟ ଲୋକର ପରିଚୟ ମିଳିପାରିନଥିଲା। କିନ୍ତୁ ଆଜି ସନ୍ଧ୍ୟାରେ ଦଶପଲ୍ଲା କଳିଙ୍ଗଟିଭି ପ୍ରତିନିଧି ପ୍ରିୟବ୍ରତ ଆଚାର୍ଯ୍ୟ ତୃତୀୟ ଲୋକର ପରିଚୟ ପାଇ ଦଶପଲ୍ଲା ଥାନା କୁ ଅବଗତ କରାଇବା ସହ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ମୃତକଙ୍କ ପରିବାର କୁ ଏ ସମ୍ପର୍କରେ ଜଣାଇଥିଲେ। ତୃତୀୟ ମୃତକ ଜଣକ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଚିସାହି ଅଂଚଳର ଅଜୟ ମେହେର ବୋଲି ଜଣାପଡ଼ିଛି।ସୂଚନାଥାଉକି ଶନିବାର ସନ୍ଧ୍ୟାରେ ଟାକରା ଠାରେ ୨ଟି ଟ୍ରକ ମୁଁହାମୁଁହି ଧକ୍କା ହେବା ଫଳରେ ୩ଜଣକ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ। ୩ ଜଣ ମୃତକଙ୍କ ମଧ୍ୟରୁ ୨ଜଣ ମୃତକ ଙ୍କ ପରିଚୟ ମିଳି ସାରିଥିବା ବେଳେ ଜଣକ ପରିଚୟ ମିଳିପାରିନଥିଲା ଯାହାର ପରିଚୟ ମିଳିନଥିଲା ସେ ପିନ୍ଧିଥିବା ଗଞ୍ଜିଟିକୁ ମନେ ରଖିଥିଲେ ପ୍ରିୟବ୍ରତ ପରେ ରବିବାର ଦିନ ୨/୩ ଜଣ ଲୋକ ସମାନ ଗଞ୍ଜି ପିନ୍ଧି ଦୁର୍ଘଟଣା ସ୍ଥଳକୁ ଯାଇଥିବା ବେଳେ ତାହା ଦେଖିପାରି ପ୍ରିୟବ୍ରତ ତାଙ୍କୁ ପରିଚୟ ମିଳି ପାରୁନଥିବା ମୃତକଙ୍କ ଫଟୋ ଦେଖାଇଥିଲେ ସେମାନେ ମଧ୍ୟ ଜାଣିଥିବା କଥା କହିବା ପରେ ତାଙ୍କ ପଡୋଶୀଙ୍କ ମୋବାଇଲ ନମ୍ବର ଆଣି ପ୍ରିୟବ୍ରତ ତାଙ୍କୁ ଜଣାଇବା ସହ ଦଶପଲ୍ଲା ଥାନାରେ ମଧ୍ୟ ଜଣାଇଥିବା ଶୁଣିବାକୁ ମିଳିଥିଲା। ପରେ ମୃତକ ଙ୍କ ପରିବାର ଲୋକ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ମୃତକଙ୍କୁ ଚି଼ହ୍ନଟ କରିଥିଲେ।
