ଉଚ୍ଚଶିକ୍ଷା ବିଭାଗପ୍ରେସ

ଭୁବନେଶ୍ୱର୨୮ ଜୁଲାଇ, ୨୦୨୫ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିବାର ଜଣାପଡିଛି। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା କିଛି ପୋଷ୍ଟ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା। ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି।ଉଚ୍ଚଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତ୍ଵର ଭାବେ ଗ୍ରହଣ କରିବା ସହ ଏହି ସମ୍ବନ୍ଧୀୟ ଏକ ଏଫ୍‌ଆଇଆର୍ (FIR) ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *