ବିଶ୍ବ ବ୍ୟାଘ୍ର ଦିବସ ଉପଲକ୍ଷେ, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।
ଦଶପଲ୍ଲା : – ବିଶ୍ବ ବ୍ୟାଘ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସତ୍ୟ ମହାବୀର ପୀଠ ବୁଗୁଡା କଲୋନୀ ଠାରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ ତରଫରୁ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ପୁରାଣ ପ୍ରସିଦ୍ଧ ସତ୍ୟ ମହାବୀର ପାହାଡ ପାଦଦେଶରେ ଆମ୍ବ,ଜାମୁ , କାଜୁ , ଅଳା ଭଳି ଶତାଧିକ ବୃକ୍ଷରୋପଣ କରାଯାଇଥିଲା ଓ ପ୍ରତ୍ୟେକ ବୃକ୍ଷ କୁ ସୁରକ୍ଷା ଦେବା ସହିତ ବଂଚାଇ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ କୁ ଚର୍ଚ୍ଚାରେ ଥିବା ପ୍ରକୃତି ପ୍ରେମୀ ବନପାଳ ରାଜକୁମାର ଶତପଥୀ ପରିଚାଳନା କରିଥିବାବେଳେ ଟାକରା ସରପଞ୍ଚ ମଦନ କୁମାର ଜାନୀ,ଉତ୍ସର୍ଗ ଫାଉଣ୍ଡେସନ ର ଅଧ୍ୟକ୍ଷ ତଥା ଯୁବସାମ୍ବାଦିକ ପ୍ରୀୟବ୍ରତ ଆଚାର୍ଯ୍ୟ,ଅବସର ପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀ ନିତ୍ୟାନନ୍ଦ ପ୍ରଧାନ, ଅବସରପ୍ରାପ୍ତ ମାର୍ଶାଲ ପଂକଜ ଚରଣ ଜାନୀ , କଂ ସମେତ ଏହି କାର୍ଯ୍ୟକ୍ରମ ରେ ବନାଂଚଳ ଅଧିକାରୀ ସଂସାର ବର୍ଗୀଆ ଯୋଗ ଦେଇଥିବା ବେଳେ, ବନପାଳ ରାଜ୍ କୁମାର ସତପଥି , ଦୀପ୍ତିରଂଜନ ଆଚାର୍ଯ୍ୟ, ଅଜୟ କୁମାର ସ୍ବାଇଁ ,ପୁଷ୍ପଲତା ପ୍ରଧାନ , ବନରକ୍ଷୀ ମଧୁସ୍ମିତା ନାୟକ ,ରୀନା ନାୟକ କଂ ସମେତ ବୁଗୁଡା ଫରେଷ୍ଟ ସେକସନ୍ ର ସମସ୍ତ, ଓ୍ବାଚର୍ , ଶୀକାର ନିରୋଧି ବନ କର୍ମଚାରୀ ମାନେ ସହଯୋଗ କରିଥିଲେ । ପ୍ରକାଶ ଥାଉକି ବନାଂଚଳ ଅଧିକାରୀ କଂ ନିର୍ଦ୍ଦେଶ କ୍ରମେଃ , ବୁଗୁଡା ସେକ୍ସନ ବନପାଳ ରାଜ୍ କୁମାର ଶତପଥୀଙ୍କ ତତ୍ବାବଧାନରେ ବାଣିଗୋଛା ପଶ୍ଚିମ ବନାଂଚଳ ର ବିଭିନ୍ନ ଆଦିବାସୀ ଗ୍ରାମରେ ଗୋଷ୍ଠୀ ସ୍ବାର୍ଥ ସୁରକ୍ଷା କାର୍ଯ୍ୟକ୍ରମ ସମେତ, ଜଂଗଲ ସୁରକ୍ଷା, ଅଗ୍ନି ନିର୍ବାପଣ,ବୃକ୍ଷରୋପଣ , ବନ୍ୟପ୍ରାଣୀ ସୁରକ୍ଷା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟିକରି ସେକସନ ବନପାଳ ରାଜ୍ କୁମାର ଶତପଥି ଓ ବନାଂଚଳ ଅଧିକାରୀ ସଂସାର ବର୍ଗୀଆ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।
