ଶ୍ରୀକ୍ଷେତ୍ରରୁ ସଂସ୍କୃତ ବଞ୍ଚାଅ ଅଭିଯାନ ଆରମ୍ଭ

ଶ୍ରୀକ୍ଷେତ୍ରରୁ ସଂସ୍କୃତ ବଞ୍ଚାଅ ଅଭିଯାନ ଆରମ୍ଭ

ସଂସ୍କୃତ ବଞ୍ଚିଲେ ସଂସ୍କୃତି ବଞ୍ଚିବ

ତା୩୧.୦୭.୨୦୨୫ ରିଖ ଗୁରୁବାର ଦିନ ଅପରାହ୍ନ ୩ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ସଂସ୍କୃତ ଅଧ୍ୟୟନ ରତ ବିଦ୍ୟାର୍ଥୀ ମାନଙ୍କୁ ନେଇ ନିଖିଳ ଓଡ଼ିଶା ସଂସ୍କୃତ ବିଦ୍ୟାର୍ଥୀ ମହାସଂଘ ପକ୍ଷରୁ ସଂସ୍କୃତ ବଞ୍ଚାଅ ଅଭିଯାନର ଜୟ ଯାତ୍ରା ଆରମ୍ଭ ହୋଇଛି । ଏହି ଅଭିଯାନରେ ନିଖିଳ ଓଡ଼ିଶା ସଂସ୍କୃତ ବିଦ୍ୟାର୍ଥୀ ମହାସଂଘର ଆବାହକ ଦେବେନ୍ଦ୍ର ଆଚାର୍ଯ୍ୟ ଓ ଯୁଗ୍ମ ଆବାହକ ସାଧୁ ଅରୂପାନନ୍ଦ ଓଡ଼ିଶାରେ କିପରି ଦେବ ଭାଷା ସଂସ୍କୃତକୁ ଉପେକ୍ଷିତ କରାଯାଉଚି ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କିପରି ସଂସ୍କୃତର ମୂଳୋତ୍ପାଟନ କରିବା ପାଇଁ ଷଡ଼ଯନ୍ତ୍ର ରଚିଛି ସେ ବିଷୟରେ ସଂସ୍କୃତ ବିଦ୍ୟାର୍ଥୀ ମାନଙ୍କୁ ଅବଗତ କରାଉଥିଲେ ।

ପୁରୀର ଜାତୀୟ ସେବା ଯୋଜନା ଭୂତପୂର୍ବ ସ୍ବେଚ୍ଛାସେବୀ ପ୍ରତିନିଧି ଓଁ ପ୍ରସାଦ ମହାନ୍ତି ଯୋଗଦେଇ ଆଦ୍ୟ ଜନନୀ ସଂସ୍କୃତ ଭାଷାକୁ କିପରି ରାଷ୍ଟ୍ରୀୟ ଭାଷା କରାଯିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସଂଯୋଜିକା ପ୍ରେରଣା ପ୍ରିୟାଂଶି ସ୍ୱାଇଁ ଓ ଯୁଗ୍ମ ସଂଯୋଜିକା କିପରି ଚତୁର୍ଥ ଶ୍ରେଣୀରୁ ସଂସ୍କୃତ ଭାଷାକୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିବେ ସେ ବିଷୟରେ ମତବ୍ୟକ୍ତ କରିଥିଲେ, ଏହି ଅଭିଯାନର ସଚେତନତା ପଦଯାତ୍ରାଟି ବିଦ୍ୟାର୍ଥୀ ମହାସଂଘର ସଦସ୍ୟ ସମିର ଶେଖର ସିଂହ, ବିଜୟ ସାସମଲ୍ , ସୁରଜ କୁମୁରା, ସଞ୍ଜୟ , ଦେବିଶଙ୍କର , ଲଳିତ ଭୋଇ, ପୀତବାସ ମିଶ୍ର ସଦସ୍ୟା ସ୍ନିଗ୍ଧା ସନ୍ଧ୍ୟା ଶତପଥୀ, ମଧୁସ୍ମିତା ପାତ୍ର, ସୁଶ୍ରୀ ଶ୍ରଦ୍ଧାଞ୍ଜଳି ସେଠୀ, ରଶ୍ମିପ୍ରଭା , ବିଶ୍ଵରୂପା ଇତ୍ୟାଦି ମାନଙ୍କ ତତ୍ତ୍ଵାବଧାନରେ ପୁରୀ ଗୁଣ୍ଡିଚା ମନ୍ଦିର ଓ ବାସ୍ ଷ୍ଟାଣ୍ଡ ଦେଇ ସଂସ୍କୃତ ବଞ୍ଚାଅ ପଦଯାତ୍ରା ଟି ଅନୁଷ୍ଠିତ ହୋଇଥିଲା, ଏହି ଅଭିଯାନକୁ ବିଦ୍ୟାର୍ଥୀ ପରିଷଦର ସଦସ୍ୟା ତନୁଶ୍ରୀ ରାଉତ୍ ପରିଚାଳନା କରିଥିବା ବେଳେ ବିଦ୍ୟାର୍ଥୀ ପରିଷଦର ଗଣମାଧ୍ୟମ ସଂଯୋଜକ କାମେଶ୍ୱର ସମସ୍ତ ସଂସ୍କୃତ ବିଦ୍ୟାର୍ଥୀ ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *