ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ।

କନ୍ଧମାଳ ତା୦୨/୦୮/୨୦୨୫ ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ମେଳାରେ ଉଦ୍ଘାଟନୀ ଉତ୍ସବରେ ପୋଲିସ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇଥିବା ବେଳେ ପରିଚାଳନା କମିଟିର ଶୈକ୍ଷିକ କମିଟିର ସଦସ୍ୟ ଶିବାଜୀ ଅଧିକାରୀ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ଶତପଥୀ, ଶିଶୁମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ମାର୍ଗ ଦର୍ଶନ କରିଥିଲେ।ସେହିପରି ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟର ସଭାପତି ବ୍ରଜବନ୍ଧୁ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେକମିଟି ସଦସ୍ୟ ଶିବାଜୀ ଅଧିକାରୀ ଯୋଗ ଦେଇଥିଲେ l ଏହି ଜ୍ଞାନ ବିଜ୍ଞାନ ମେଳାରେ ମୋଟ ୧୭୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l

ଉକ୍ତ ବିଜ୍ଞାନ ମେଳାରେ ବିଚାରକ ଭାବରେ ଅଭିଜ୍ଞ ସ୍ଥାନୀୟ ବିଜ୍ଞାନ ଶିକ୍ଷକ ଯଥା ରଞ୍ଜନ ମହାନ୍ତି, ଦେବୀ ପ୍ରସାଦ,ଷଡ଼ଙ୍ଗୀ ସାରଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପ୍ରକଳ୍ପ ଚୟନ କରାଯାଇଥିଲା। ଅନୁଷ୍ଠାନର ବିଜ୍ଞାନ ପ୍ରମୁଖ ନିରୂପମା ପଣ୍ଡା ବୃତ୍ତ ପଠନ କରିଥିଲେ l ସମସ୍ତ ବିଜ୍ଞାନ ଆଚାର୍ଯ୍ୟ,ଆଚାର୍ଯ୍ୟା ଏବଂ ଅନ୍ୟାନ୍ୟ ଆଚାର୍ଯ୍ୟ, ଆଚାର୍ଯ୍ୟା ସହଯୋଗୀ ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇପାରି ଥିଲା।ଉକ୍ତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ।ବିଜ୍ଞାନ ସମ୍ବନ୍ଧୀୟ ସ୍ୱାଗତ ଓ ସମାରୋପ ସଙ୍ଗୀତ ଦେବେନ୍ଦ୍ର ପଟ୍ଟନାୟକ ରଚନା ଆଉ ଦୁର୍ଯ୍ୟୋଧନ ସିଂ ସଂଯୋଜନା କରିଥିଲେ l ଶେଷରେସମସ୍ତ କୃତି ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା

Leave a Reply

Your email address will not be published. Required fields are marked *