ତାଳଦଣ୍ଡା କେନାଲରେ ପଡି ବ୍ୟକ୍ତି ଙ୍କ ମୣତ୍ୟୁ

ତାଳଦଣ୍ଡା କେନାଲରେ ପଡି ବ୍ୟକ୍ତି ଙ୍କ ମୣତ୍ୟୁ।
ଅଗ୍ନିଶମ କର୍ମଚାରୀ ଙ୍କ ଦ୍ବାରା ମୣତଦେହ ଉଦ୍ଧାର।
ରଘୁନାଥପୁର ତା ୨/୮:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନାଅଧିନ ବାମ୍ପିତୋଳା ଗ୍ରାମର ଜୈନିକ ବ୍ୟକ୍ତି କେନାଲରେ ପଡିମୣତ୍ୟୁ ଘଟିଛି।ଘଟଣାରୁ ପ୍ରକାଶ ବାମ୍ପିତୋଳା ଗ୍ରାମର ସ୍ବର୍ଗତ ଅମୂଲ୍ୟ ସିହ୍ନାଙ୍କ ପୁତ୍ର ସମରେନ୍ଦ୍ର
ସିହ୍ନା (ଭୂସିୟା)ବୟସ ୫୮ ରଘୁନାଥପୁର ବ୍ଲକ ଅଧିନ ତାରପୁର ଠାରେ ଏକ ଘରୋଇ ରୋଷେଇ କାର୍ଯ୍ୟକରନ୍ତି।ତାଙ୍କ ର ପୂର୍ବରୁ ପିଡସ୍ ରୋଗ ରହିଥିଲା।ପ୍ରତିଦିନ ସେ ସାଇକେଲ ଯୋଗେ ତାଳଦଣ୍ଡା କେନାଲବନ୍ଧ ଦେଇ ତାରପୁର କାର୍ଯ୍ୟ କରିବାପାଇଁ ଯାଇଥାନ୍ତି।ପ୍ରତିଦିନ ଭଳି ଶନିବାର ସକାଳ ୯ଟା ସମୟରେ କାର୍ଯ୍ୟସ୍ଥଳକୁ ଯାଉଥିବା ସମୟରେ ଦାଳଦଣ୍ଡାକେନାଲ ବନ୍ଧରେ ତାଙ୍କୁ ହଠାତ୍ ପିଡସ ମାରିବାରୁ ସେ ସାଇକେଲ ରୁ ପଡିଯାଇ କେନାଲକୁ ଗଡିଯାଇଥିବା ଅନୁମାନ କରାଯାଉଛି।ତେବେ ରଘୁନାଥପୁର ଅଗ୍ନିଶମ ବାହିନୀ ପୋଲିସସୁତ୍ରରୁ ଖବରପାଇ ବିଜୟ କୁମାର ପରିଡା ଙ୍କ ନେତୃତ୍ୱ ରେ ତାଙ୍କଟିମ ଖୋଜାଖୋଜି କରି କୁଳସାହି ତାଳଦଣ୍ଡା କେନାଲରୁ ସମରେନ୍ଦ୍ରଙ୍କ ମୣତଶରୀର କୁ ଉଦ୍ଧାରକରି ପୋଲିସ ଯିମାଦେଇଥିଲେ।ରଘୁନାଥପୁର ପୋଲିସ ୟୁଡି କେସନଂ୯/୨୫ରେ ଏକ ଅପମୣତ ମାମଲା ରୁଜକରି ଶବବେବଚ୍ଛେଦ ପାଇଁ ଜଗତସିଂହପୁର କୁ ପଠାଇ ଥିବା ପୋଲିସ ସୁତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *