ଜାତୀୟ ନୂତନ ଶିକ୍ଷା ନୀତି ସମ୍ପର୍କରେ ବନାନୀ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ।

କନ୍ଧମାଳ, ଫୁଲବାଣୀ ବନାନୀ କଳା ସଂଙ୍ଗମ ଫୁଲବାଣୀଠାରେ ମିଳିତ ନାଗରିକ କମିଟି ପକ୍ଷରୁ ଜାତୀୟ ନୂତନ ଶିକ୍ଷାନୀତି ୨୦୨୦ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା, ଅତିଥି ଓ ଶିକ୍ଷାବିତ ମାନଙ୍କୁ ସ୍ୱାଗତ କରିବା ପରେ ଜାତୀୟ ନୂତନ ଶିକ୍ଷା ନୀତି ଚଳିତ ବର୍ଷ ଓଡିଶାରେ କାର୍ଯ୍ୟକାରୀ ହେଉଥିବାବେଳେ ସମସ୍ତ ଶ୍ରେଣୀର ଲୋକଙ୍କ ପାଇଁ କିପରି ଗ୍ରହଣୀୟ ହେବ ସେ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର ସରକାରଙ୍କ ଏନସିଆରଟିର ବରିଷ୍ଠ ପରାମର୍ଶ ଦାତା ଫୁଲବାଣୀର ବିନୟକୃଷ୍ଣ ପଟ୍ଟନାୟକ ଯୋଗ ଦେଇ ନୂତନ ଶିକ୍ଷା ନୀତିରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଏହାର ନିୟମିତ ସମୀକ୍ଷା କରୁଛନ୍ତି। ୧୯୮୬ରେ ଏକ ଶିକ୍ଷା ନୀତି ପ୍ରଣୟନ ହୋଇଥିଲା, ଯେଉଁଥିରେ କୌଣସି ସମୟସୀମା ଧାର୍ଯ୍ୟ ହୋଇନଥିବାରୁ ଆମ ଦେଶର ଶିକ୍ଷାରେ ଆଶାନୁରୂପ ଅଗ୍ରଗତି ହୋଇପାରିନଥିଲା। କିନ୍ତୁ ୨୦୨୦ରେ ପ୍ରସ୍ତୁତ ହୋଇଥିବା ଜାତୀୟ ଶିକ୍ଷାନୀତି ଆମ ଭାରତୀୟ ଜାତୀୟତାର ପ୍ରାମାଣିକ ତଥ୍ୟକୁ ନେଇ ଆନ୍ତର୍ଜାତିୟ ସ୍ତରର ପାଠ୍ୟ କ୍ରମକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଥିବା ଶ୍ରୀ ପ ଟ୍ଟନାୟକ ସୂଚନା ଦେଇଥିଲେ। ଡଃ,କସ୍ତୁରୀ ରାଜନ ଓ ମଞୁର ଭାର୍ଗବଙ୍କ ଭଳି ବହୁ ବରିଷ୍ଠ ଶିକ୍ଷାବିତ ପାଠ୍ୟକ୍ରମର ପ୍ରତି ଶଦ୍ଦକୁ ବୈଞାନିକ ସିଦ୍ଧାନ୍ତ ଅନୁଯାୟୀ ବାରମ୍ବାର ସମୀକ୍ଷା କରିବା ପରେ ମୁଦ୍ରଣ ପାଇଁ ପଠାଯାଉଥିବା ସୂଚନା ଦେଇଥିଲେ। ଆନ୍ତର୍ଜାତୀୟ ସ୍ତରରେ ଭାତତୀୟ ଛାତ୍ର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ନୈରାଶ୍ୟ ଜନକ ରହୁଥିବା ବେଳେ କୌଣସି ଵିଶ୍ୱ ବିଦ୍ୟାଳୟ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଉନଥିଲା। ନୂତନ ଶିକ୍ଷା ନୀତିରେ ସ୍ଥାନୀୟ ଞାନକୌଶଳ ଓ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଇଛି। ଶିକ୍ଷା ଭିତ୍ତିଭୂମି ଓ କ୍ଲଷ୍ଟର ସ୍ତରରେ ସବୁ ବିଷୟର ଶିକ୍ଷାବିତ ରହି ପଞ୍ଚାୟତ ର ଅନ୍ୟ ବିଦ୍ୟାଳୟରେ ଶିକ୍ଷା ଅଭାବ ପୂରଣ କରିବା ସହ ଉଚ୍ଚ ଶିକ୍ଷା ଜଣେ ବିଭିନ୍ନ ବିଭାଗରେ ଶିକ୍ଷା ଗ୍ରହଣ କରିବା ବ୍ୟବସ୍ଥା ରହିଛି।

୧୨୧ଟି ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ ହେଉଥିବା ସୂଚନା ଦେଇଥିଲେ।ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଏଥିରେ ଅଭୂତପୂର୍ବ ପରିବର୍ତ୍ତନ ଅଣାଯାଉଥିବା ବିନୟ ପଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ। ଓଡ଼ିଶାରେ ଭିନ୍ନ ଭିନ୍ନ ପାରିଶ୍ରମିକରେ ୧୮ପ୍ରକାର ଶିକ୍ଷକ ବ୍ୟବସ୍ଥା ନ ରଖି ଏକ ପ୍ରକାରର ଉଚ୍ଚ ଖ୍ୟାତି ସମ୍ପର୍ଣ୍ଣ ଠିକ ଦରମାରେ ଶିକ୍ଷକ ନିଯୁକ୍ତି ପାଇଁ ଆଲୋଚନା ହୋଇଛି।୨ୟ ,୫ମ ୭ମ ଶ୍ରେଣୀରେ ପାଶ ଫେଲ ପରୀକ୍ଷା ସହ ୧୦ମ ଓ ଦ୍ୱାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଛି।ଓଡ଼ିଆ ଭାଷା ସହିତ ସବୁ ବିଭାଗ ସମ୍ପର୍କରେ ଶିକ୍ଷା ଦାନ ପାଇଁ ଓଡିଶାର ପାଠ୍ୟକ୍ରମରେ ବ୍ୟବସ୍ଥା ରହିଛି।ଓଡିଶାରେ ଚଳିତ ବର୍ଷ ୧୫ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ ହୋଇସାରିଥିବା ସୃଚନା ଦେଇଥିଲେ।ପାଠ୍ୟପୁସ୍ତକ ନୂତନ ଶିକ୍ଷାନୀତି ଅନୁସାରେ ଛାପିବା ଆରମ୍ଭ ହୋଇଛି।ଏହି ଅବସରରେ ଡ ଅରୂପ ଜେନା ସଭାପତିତ୍ୱ କରିଥିବା ବେଳେ ଶିକ୍ଷାବିତମାନଙ୍କ ମଧ୍ୟରେ ଡଃ ଚିତ୍ତରଞ୍ଜନ ମିଶ୍ର,ପ୍ରିୟନାଥ ଶର୍ମା,ପ୍ରଶନ୍ନ ପଟନାୟକ, ଡ ସନ୍ତୋଷ ପ୍ରଧାନ,ଡ ରାଜ କିଶୋର ବେହେରାନବ କିଶୋର ରଥ,ବୈଶୀଧର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ଆଲୋଚନାରେ ସନ୍ତୋଷ କୁମାର ଦିଗାଲ,ପ୍ରମୋଦ ସାହୁ,ଉମେଶ ପାତ୍ର,ମନୋଜ ଚୌଧୁରୀ, ଜନାର୍ଦ୍ଦନ ମିଶ୍ର, ବିକାଶ ମହାନ୍ତି, ମୋହନ ପ୍ରଧାନ, ପ୍ରଶନ୍ନ ବେହେରା, ସୋମନାଥ ସାହୁ ,କରୁଣାକର ସାହୁ ,ଦାରୁଣ ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *