୪୫ତମ ରୋଟାରୀ ପ୍ରତିଷ୍ଠା ଦିବସ ପାଳିତ ।
କନ୍ଧମାଳ ଫୁଲବାଣୀ କଠିନ ପରିଶ୍ରମର ବିକଳ୍ପ ନାହିଁ । ମାନବ ସେବା ହିଁ ପ୍ରକୃତ ସେବା । ସର୍ବଦା କିଛି ବଡ଼ କରି ଦେଖାଇବା ହିଁ ବାସ୍ତବ ମାନବତା ର ନୈତିକ ମୂଲ୍ୟବୋଧ ର ପରିଚୟ ଅଟେ । ରୋଟାରୀ ସର୍ବଦା ସମାଜ ଓ ଦେଶ ଗଠନରେ ସହାୟକ ହୁଏ । ସବୁ ରୋଟାରୀଆନ ଏଦିଗ ରେ ସଂକଳ୍ପ ବଦ୍ଧ ହେବା ଆବଶ୍ୟକ ବୋଲି ପଇଁଚାଳିଶ ତମ ରୋଟାରୀ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଜିଲ୍ଲା ପାଳ ତଥା ରୋଟାରିଆନ ଅନିଲ କୁମାର ସାମଲ ଭାଷଣ ପ୍ରସଙ୍ଗରେ କହିଥିଲେ । ଶ୍ରୀ ସାମଲ ସିଭିଲ ଇଂଜିନିୟର ରେ ରାଜୀବ ଗାନ୍ଧୀ ଆୱାର୍ଡ ପାଇଛନ୍ତି । ଅବସର ପରେ ସେ ସମାଜ ସେବା ରୋଟାରୀ ଜରିଆରେ ଜାରି ରଖି ଛନ୍ତି । ଏହି ଅବସରରେ ରୋଟାରୀଆନ ତଥା ବିପ୍ର ଚରଣ ପାତ୍ର ଜିଲ୍ଲା ସଭାପତି ଦାୟିତ୍ୱରୁ ଅବ୍ୟାହତ ନେଇଥିଲେ! ସାଧାରଣ ସମ୍ପାଦକ ବିଜୟ କୃଷ୍ଣ ପଟ୍ଟନାୟକ ମଧ୍ୟ୍ୟ ଦାୟିତ୍ୱ ମୁକ୍ତ ହୋଇଥିଲେ! ରୋଟାରୀଆନ ପ୍ରକାଶ କୁମାର ପଣ୍ଡା ପ୍ରେସିଡେଣ୍ଟ ଦାୟିତ୍ୱ ନୂତନ ଭାବେ ନେଇଥିଲେ ଏବଂ ରୋଟିରିଆନ ଶ୍ରୀ ବିରାଜ ପ୍ରସାଦ ନାହାକ ସାଧାରଣ ସମ୍ପାଦକ ଦାୟିତ୍ୱ ନେଇଛନ୍ତି! ବିଦାୟୀ ସଭାପତି ଶ୍ରୀ ପାତ୍ର ଓ ସମ୍ପାଦକ ଶ୍ରୀ ପ ଟ୍ଟନାୟକ ଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା ଓ ନୂତନ ସଭାପତି ଶ୍ରୀ ପଣ୍ଡା ଓ ସମ୍ପାଦକ ଶ୍ରୀ ନାହାକ ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାମ୍ପନ କରାଯାଇଥିଲା! ବିଭିନ୍ନ ଜିଲ୍ଲାର ରୋଟାରୀଆନ ଓ ସଭାପତିମାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା! ଛୋଟ ପିଲାମାନଙ୍କୁ ଯେଉଁମାନେ ଆଗାମୀ ଦିନର ରୋଟାରୀଆନ ହେବେ ସେମାନଙ୍କୁ ଗଜାନନ ଙ୍କ ମୂର୍ତ୍ତି ଦେଇ ଉତ୍ସାହିତ କରାଯାଇଥିଲା! ରୋଟାରୀଆନ ମାନଙ୍କ ଧର୍ମ ପତ୍ନୀ ମଧ୍ୟ୍ୟ ସେବା କାର୍ଯ୍ୟରେ ସକ୍ରିୟ ହେବା ଆବଶ୍ୟକ ବୋଲି ବିଦାୟୀ ସଭାପତି ବିପ୍ର ଚରଣ ପାତ୍ର ପରାମର୍ଶ ଦେବା ସହ ନୂତନ ଭାବେ ଦାୟିତ୍ୱ ନେଇଥିବା କର୍ମକର୍ତା ଙ୍କୁ ସଭାପତି ଓ ସମ୍ପାଦକ ପଦବୀ କ୍ଷମତାର ଓ ଅହଂକାର ର ପଦବୀ ନୁହେଁ ବରଂ ଶାନ୍ତି, ମୈତ୍ରୀ, ଭାଇଚାରା ର ପଦବୀ ଓ ସେବା ର ପଦବୀ କହିଥିଲେ! ସଦସ୍ୟ ମାନଙ୍କ ମଧ୍ୟରେ ସୌହାର୍ଦ୍ୟ ପୁର୍ଣ ସମ୍ପର୍କ ରଖିଲେ ରୋଟାରି ଶୁଦ୍ଧୃଡ ହେବ ବୋଲି ଶ୍ରୀ ପାତ୍ର ଉପଦେଶ ପ୍ରଦାନ କରିଥିଲେ । ଶ୍ରୀମତୀ ସ୍ନେହଲତା ମିଶ୍ର , ରୋଟାରି ନୂତନ ସଦସ୍ୟ ଭାବେ ଯୋଗ ଦେଇଥିଲେ! ସ୍ନେହଲତା ଙ୍କୁ ରୋଟାରି ପକ୍ଷରୁ ସ୍ୱାଗତ କରାଯାଇଥିଲା । ଶରତ ଶୁଭୁଦ୍ଧି ସଦସ୍ୟ ଙ୍କ ଉପସ୍ଥାନ ସମ୍ଭନ୍ଧରେ ସୂଚନା ଦେଇଥିଲେ । ଅରୁଣା ଦୋରା ସଭା ସଂଚାଳନ କରିଥିବାବେଳେ ରୋଟାରୀଆନ ସୁନୀଲ କୁମାର ପଟ୍ଟନାୟକ,ଓ ପ୍ରଶ୍ନ କୁମାର ପଣ୍ଡା ସକ୍ରିୟ ଭାବେ ସହଯୋଗ କରି କାର୍ଯ୍ୟ କ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
