ପୋତାନଇରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

କୁଜଙ୍ଗ-୪/୮-ପୋତାନଇ ପଞ୍ଚାୟତର ଦାର୍ଦିଆ-ପୋତାନଇ ସରକାରୀ ବିଦ୍ୟାଳୟରେ ଶିକ୍ଷକ ପ୍ରଦୀପ କୁମାର ଦଳାଇଙ୍କୁ ରବିବାର ଦିନ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ସରପଞ୍ଚ ବ୍ରଜକିଶୋର ମହାରାଜା, ମୁଖ୍ୟବକ୍ତା ଏବିଇଓ ଗୋପବନ୍ଧୁ ନାୟକ, ସମ୍ମାନିତ ଅତିଥି ସତ୍ୟବାନ ମୁଦୁଲି, ବୈଷ୍ଣବ ଚରଣ ସ୍ବାଇଁ, ସୁବାସ ସେନାପତି, ପ୍ରଫୁଲ୍ଲ କୁମାର ମହାପାତ୍ର,ହିରଣ୍ୟ କୁମାର ଦାସ, ପ୍ରଶାନ୍ତ ରାଉତ, ରମେଶ ଚନ୍ଦ୍ର ସାହୁ, ନିରଞ୍ଜନ ନାୟକ, ବିକାଶ ଚୈ।ଧୁରୀ ଯୋଗଦେଇ ଶିକ୍ଷକ ଶ୍ରୀ ଦଳାଇଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ।କେଶବ ଚନ୍ଦ୍ର ଦଳାଇ ମଞ୍ଚ ପରିଚାଳନା କରିଥିଲେ।

ପ୍ରଣତି ମଞ୍ଜରୀ ନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଯୁଧିଷ୍ଠିର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରଥମେ ଶିକ୍ଷକ ଶ୍ରୀ ଦଳାଇଙ୍କୁ ଗ୍ରାମରୁ ଏକ ବିଶାଳ ପଟୁଆରରେ ସ୍କୁଲ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ‌। ସ୍ଥାନେ ସ୍ଥାନେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ତାଙ୍କୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା।

କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *