ଧର୍ମଶାଳା କ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ.
ଧର୍ମଶାଳା କ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ.
ଧର୍ମଶାଳା-ରାଜ୍ୟ ସରକାର କ୍ରୀଡାର ବିକାଶ କ୍ଷେତ୍ରରେ ଅନେକ ପ୍ରୟାସ ଜାରି ରଖିଛନ୍ତି । ଉତ୍କୃଷ୍ଟ କ୍ରୀଡା ଭିତ୍ତିଭୁମି ସହ ସଫଳ କ୍ରୀଡାବିତ ମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରାୟାସ କ୍ରମେଯାଜପୁର ଜିଲ୍ଲା ପ୍ରଶାସନ, ରାମକୋ ସିମେଣ୍ଟ ଲିମିଟେଡ ଏବଂ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ମିଳିତ ଉଦ୍ୟମରେ ଜାରକା ଠାରେ ଜିଲ୍ଲାର ପ୍ରଥମ କ୍ରୀଡା ଛାତ୍ରାବାସ ହେବାକୁ ଯାଉଛି। ଧର୍ମଶାଳା ହେବ କ୍ରୀଡାର ଏନ୍ତୁଡ଼ିଶାଳ ବୋଲି ବିଧାୟକ ଶ୍ରୀ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଧର୍ମଶାଳା ଷ୍ଟାଡିୟମ ଠାରେ ଏକ କ୍ରୀଡା ପ୍ରତିଭା ଅନେଶ୍ଵଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହା ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଵ। ଆଜି ଦୌଡ଼କୁଦ ପାଇଁ ୧୫୦ଜଣ ଛାତ୍ରୀ ଛାତ୍ର ନାମ ପଞ୍ଜିକୃତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୌଡକୁଦ ପାଇଁ ୫୦ ଜଣଙ୍କୁ ଚୟନ କରାଯିବ। ସେମାନେ ଏହି ଛାତ୍ରାବାସ ରେ ରହି ପ୍ରଶିକ୍ଷଣ ନେବେ। ଏଥି ସହିତ କ୍ରିକେଟ, ଫୁଟବଲ, ଭଲି ଓ ବ୍ୟାଡମିଣ୍ଟନ ପାଇଁ ଆଉ ୧୦୦ ଜଣ ପର୍ଯ୍ୟାୟ କ୍ରମେ ଚୟନ କରାଯିବ। ମୋଟ ଭାବରେ କ୍ରୀଡ଼ା ଛାତ୍ରାବାସ ପାଇଁ ସବୁ ଖେଳ ପାଇଁ ୧୫୦ ଜଣଙ୍କୁ ଚୟନ କରାଯିବ। ସେମାନଙ୍କ ରହିବା, ପଢ଼ିବା, ଖାଇବା ଓ ରହିବା ରମକୋ ସିମେଣ୍ଟ ବହନ କରିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ ସୂଚନା ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ଷ୍ଟାଡିୟମ ପରିସରରେ ଉଦଘାଟନ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମା ମିନତୀ ସାହୁ, ଧର୍ମଶାଳା ବିଡ଼ିଓ ଜ୍ୟୋତିରଞ୍ଜନ କର, ରାମକୋ ୟୁନିଟ ହେଡ୍ ଗୋବିନ୍ଦ ଚନ୍ଦ୍ର ରାଉତ, ମାନବ ସମ୍ବଳ ଅଧିକାରୀ ସର୍ବେଶ୍ଵର ମହାପାତ୍ର, ସିକୁରିଟୀ ହେଡ଼ ମେଜର ସୁରେଶ ସିଂହ, ସହକାରୀ ପ୍ରଶାସନିକ ଅଧିକାରୀ ପ୍ରଭାତ କୁମାର ସାହୁ, ରବୀନ୍ଦ୍ର ପଣ୍ଡା, ରଜତ ମହାନ୍ତି ପ୍ରମୁଖ ଯୋଗଦେଇ ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯାଜପୁର ଜିଲ୍ଲାକୁ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେଇ ଭବିଷ୍ୟତରେ ଜିଲ୍ଲାରୁ ଅଧିକ ସଂଖ୍ୟାରେ କ୍ରୀଡ଼ା ତାରକା ସୃଷ୍ଟି କରିବାରେ ବିଶେଷ ସହାୟକ ହେବ ଏହି ‘କ୍ରୀଡ଼ା ଛାତ୍ରାବାସ ବୋଲି କହିଥିଲେ। ଶ୍ରୀ ଟୁଡୁ ମଞ୍ଚ ପରିଚାଳନା କରିଥିଲେ।
ସ୍ପୋର୍ଟସ କାଉନସିଲ ସଦସ୍ୟ ସଦିପ୍ତ ମହାନ୍ତି, ରାଜେଶ ପାଳ, ଜିତେନ୍ଦ୍ର ରାଉତ, ଅଭିଷେକ ରାଉତ ଓ ପିଇଟି ଶିକ୍ଷକ ପାର୍ବତୀ ମାଝୀ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଶିକ୍ଷକ ଶ୍ରୀଧର ସ୍ବାଇଁ, ନୀଳକଣ୍ଠେଶ୍ଵର ସାହୁ, ଶୋଭା ନାୟକ, ଦୀପରାନି ବିଶ୍ଵାଳ ଓ ସୁନିତ୍ ସେଠୀ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମ ପାଇଁ ଯାଜପୁର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି। ସେମାନେ ଆଗ୍ରହର ସହ ଏଥିରେ ଭାଗ ନେଇଥିଲେ।
